.ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୨ ଦିନ ପରେ ନବୀନ ପଟ୍ଟନାୟକ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ନବୀନ ଶନିବାର ଅପରାହ୍ନ ୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ନବୀନଙ୍କୁ ଦଳର ସଦସ୍ୟମାନେ ସ୍ୱାଗତ ଜଣାଇଛନ୍ତି। ବିମାନ ବନ୍ଦର ଠୁ ନବୀନ ନିବାସ ପର୍ଯ୍ୟନ୍ତ ବିଜେଡି କର୍ମୀ ଓ ନେତାମାନେ ଦଳର ସଭାପତିଙ୍କୁ ସ୍ବାଗତ କରିଛନ୍ତି । ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ନିଜ ସମର୍ଥକଙ୍କୁ ଧରି ରାଜଧାନୀକୁ ଦଳର ନେତାମାନେ ଆସିଛନ୍ତି । ଗତ ଜୁନ୍ ୨୦ ତାରିଖରେ ଚିକିତ୍ସା ପାଇଁ ନବୀନ ମୁମ୍ବାଇ ଯାଇଥିଲେ। ଜୁନ୍ ୨୨ ତାରିଖରେ ନବୀନଙ୍କର ଅସ୍ତ୍ରୋପଚାର ହୋଇଥିଲା। ଜୁଲାଇ ୭ ତାରିଖରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..