Report Card Odisha

| Daily Odia News

ଜେଲରୁ ମୁକୁଳିଲେ ସିଦ୍ଧୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୧୦ ମାସ ପରେ ଜେଲରୁ ମୁକୁଳିଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଶନିବାର ପଞ୍ଜାବର ପଟିଆଲା ଜେଲ୍‌ରୁ ସେ ମୁକୁଳିଛନ୍ତି। ରୋଡ ରେଜ ମାମଲାରେ ତାଙ୍କୁ ଏକ ବର୍ଷ ସଜା ହୋଇଥିଲା। ହେଲେ ଶନିବାର ୧ ବର୍ଷ ପୂରଣର ୪୮ ଦିନ ପୂର୍ବରୁ ସେ ମୁକୁଳି ଯାଇଛନ୍ତି। ଏହି ସମୟରେ ଜେଲ ବାହାରେ ସିଦ୍ଧୁଙ୍କ ପ୍ରଶଂସକଙ୍କର ଭିଡ ଲାଗିଥିଲା। ଢୋଲ ବଜାଇ ତାଙ୍କର ସ୍ୱାଗତ କରାଯାଇଥିଲା। ଜେଲ ବାହାରକୁ ଆସି ସିଦ୍ଧୁ କହିଥିଲେ ଏବେ ଲୋକତନ୍ତ୍ର ବୋଲି କିଛି ନାହିଁ। ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ପଞ୍ଜାବକୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ଦୁର୍ବଳ ହୋଇଯିବ। ତାଙ୍କୁ ସ୍ୱାଗତ ପାଇଁ ପଟିଆଲା ଜେଲ ବାହାରେ ଅନେକ କଂଗ୍ରେସ ନେତା ଓ ସମର୍ଥକଙ୍କ ଭିଡ଼ ଜମିଥିଲା। ଅନେକ ସ୍ଥାନରେ ନବଜୋତ ସିଦ୍ଧୁଙ୍କର ପୋଷ୍ଟର ଏବଂ ହୋର୍ଡିଂ ଲଗାଇ ତାଙ୍କର ସ୍ୱାଗତ କରିଛନ୍ତି।

Breaking News