Report Card Odisha

| Daily Odia News

ନବରାତ୍ରର ତୃତୀୟଦିନ, ମା ଚନ୍ଦ୍ରଘଣ୍ଟା ରୂପ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନବରାତ୍ରୀର ନଅ ଦିନରେ ଦେବୀ ଦୁର୍ଗାଙ୍କ ନଅଟି ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ। ଯେପରିକି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମମଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ। ଚନ୍ଦ୍ରଘଣ୍ଟା ରୂପରେ ମା’ଙ୍କର ମସ୍ତକରେ ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ଚନ୍ଦ୍ରଘଣ୍ଟାଙ୍କ ମୁଦ୍ରା ଯୁଦ୍ଧ ମୁଦ୍ରା ହୋଇଥାଏ ।ବ୍ୟାଘ୍ର ବାହନରେ ବିରାଜମାନ କରନ୍ତି ମା’। ବିଶ୍ୱାସ ରହିଛି ଯେ ମାଆଙ୍କ ଘଣ୍ଟ ଧ୍ୱନିରେ ଦୈତ୍ୟ, ଦାନବ ଓ ଅତ୍ୟାଚାରୀ ଭୟଭୀତ ହୋଇଥାନ୍ତି ।

Breaking News