ରିପୋର୍ଟ କାର୍ଡ / ରାଉରକେଲା
ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇ ଦେଇଛନ୍ତି ନକ୍ସଲ। ବିଳମ୍ବିତ ରାତିରେ ନକ୍ସଲ ରେଳ ଧାରଣା ଉଡ଼ାଇ ଦେଇଥିବା ଜଣାପଡ଼ିଛି। ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ୨୦ରୁ ଅଧିକ ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ନକ୍ସଲପୋଷ୍ଟର ଓ ବ୍ୟାନର ମରାଯାଇଛି। ସିଆରପିଏଫ୍ ଯବାନ, ପୋଲିସ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି। ଟ୍ରାକ୍ ମରାମତି ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ସୂଚନା ରହିଛି।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..