Report Card Odisha

| Daily Odia News

ଆଜିିଠୁ ନକ୍ସଲଙ୍କ ସହିଦ ସପ୍ତାହ…..

ରିପୋର୍ଟ କାର୍ଡ / ରାୟଗଡ଼ା

ଆଜିଠାରୁ ସିପିଆଇ ନକ୍ସଲଙ୍କ ସହିଦ ସପ୍ତାହ ପାଳନ ହେବ। ଏନେଇ ନିୟମଗିରି ଅଞ୍ଚଳରେ ପୋଷ୍ଟର, ବ୍ୟାନର ଲଗାଇବା ସହିତ ପ୍ରେସ ବିଜ୍ଞପ୍ତି ଜାରି କରିଛି ଲାଲବାହିନୀ। ସହିଦ ସପ୍ତାହକୁ ଅଧିକରୁ ଅଧିକ ପାଳନ କରିବାକୁ ନିବେଦନ କରିଛନ୍ତି। ପ୍ରତି ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ସହିଦ ସପ୍ତାହ ପାଳନ କରିଥାନ୍ତି ନକ୍ସଲ। ନକ୍ସଲ ସଂଗଠନର ପ୍ରତିଷ୍ଠାତା ଚାରୁ ମଜୁମଦାରଙ୍କର କୋଲକତା ପୁଲିସଦ୍ୱାରା ନିର୍ଯାତନରେ ୧୯୭୨ ମସିହା ଜୁଲାଇ ୨୮ ତାରିଖରେ ମୃତ୍ୟୁ ହୋଇଥିଲା। ସେହି ଦିନଠାରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ନକ୍ସଲ ସହିଦ ସପ୍ତାହ ରୁପେ ପାଳନ କରୁଛନ୍ତି। ସହିଦ ସପ୍ତାହରେ ବିଶେଷ କରି ନକ୍ସଲମାନେ ପ୍ରତିଶୋଧ ପରାୟଣ ହୋଇ ଅତି ହିଂସ୍ର ହୋଇ ପଡିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ବେଦନଶୀଳ ନିୟମଗିରି ପାହାଡ଼ ଅଞ୍ଚଳ ଓ ଚନ୍ଦ୍ରପୁର ଥାନା ଅଞ୍ଚଳରେ ସନ୍ଧାନୀ କୁକୁର ସହ ଅପରେସନକୁ ଜୋରଦାର କରାଯାଇଛି।

Breaking News