ରିପୋର୍ଟ କାର୍ଡ / ରାୟଗଡ଼ା
ବିଜେଡିର ନେତା ଓ ମନ୍ତ୍ରୀଙ୍କୁ ଲାଲବାହିନର ଧମକ ମିଳିଛି । ଘଟଣା ଘଟିଛି ରାୟଗଡ ଓ କନ୍ଧମାଳ ସୀମାନ୍ତରେ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ଏକ ପୋଷ୍ଟର ମାରିଛନ୍ତି ନକ୍ସଲ। ଏହି ପୋଷ୍ଟରରେ କାଶିପୁର ବ୍ଲକର ଶୁଙ୍ଗେରୁ ପଞ୍ଚାୟତର ୨୧ ଜଣଙ୍କୁ ପୋଲିସ ଗିରଫ କରିବା ନେଇ ନକ୍ସଲମାନେ ପ୍ରତିକ୍ରିୟା ରଖିଛନ୍ତି। ବିଜେଡିର ତୁଙ୍ଗ ନେତା ତଥା ରାଜ୍ୟ ଉପସଭାପତି ଏନ୍ ଭାସ୍କର ରାଓ,ଜିଲ୍ଲା ବିଜେଡି ସଭାପତି ସୁଧିର ଦାଶ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଟାଗେଟ୍ କରିଛନ୍ତି। ପୋଷ୍ଟରରେ ନକ୍ସଲମାନେ ଉଲ୍ଲେଖ କରିଛନ୍ତି ଯେ, ରାୟଗଡ଼ା ଜିଲ୍ଲାରେ ନିର୍ଦ୍ଦୋଶ ଲୋକ ଓ ଜନ ଅନ୍ଦୋଳକାରୀଙ୍କୁ ରାତିଅଧିଆ ଉଠାଇ ନେଇ ମାଡ଼ ମାରିବା ଓ ମିଛ କେସରେ ଫସାଇବା ବନ୍ଦ କର। ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ଖଲାସ କର। ନଚେତ ଏସବୁ ଚକ୍ରାନ୍ତ ଉପରେ ଦାୟୀ ଥିବା ବିଜେଡି ନେତା ଏନ୍ ଭାସ୍କର ରାଓ , ସୁଧିର ଦାଶ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।






More Stories
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..