Report Card Odisha

| Daily Odia News

ଜଳ ସମ୍ପଦ କର୍ମଚାରୀଙ୍କୁ ହତ୍ୟା କଲେ ନକ୍ସଲ…..

ରିପୋର୍ଟ କାର୍ଡ / ମାଲକାନଗିରି

ଜଳ ସମ୍ପଦ ବିଭାଗର ଜଣେ କର୍ମଚାରୀଙ୍କୁ ଗଳାକାଟି ହତ୍ୟା କଲେ ନକ୍ସଲ। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ। ମୃତକ ହେଲେ ଇକବାଲ ମିଆଁ। ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ଇକବାଲଙ୍କ ଆସି ଘରୁ ଡାକି ନେଇଥିଲେ। ପରେ ହତ୍ୟା କରି ଗାଁ ମୁଣ୍ଡରେ ଫିଙ୍ଗି ଦେଇଥିଲେ। ମୃତଦେହ ନିକଟରେ ନକ୍ସଲମାନେ ଏକ ପୋଷ୍ଟର ଛାଡ଼ିଯାଇଛନ୍ତି। ଏହି ହିଂସାକାଣ୍ଡକୁ କଣ୍ଟା ଏରିଆ କମ୍ମିଟି ମାଓ ସଙ୍ଗଠନ ଘଟାଇଥିବା ନକ୍ସଲ ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଲିସ ଇନଫର୍ମ ସନ୍ଦେହରେ ନକ୍ସଲମାନେ ଇକବାଲଙ୍କୁ ହତ୍ୟା କରିଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Breaking News