Report Card Odisha

| Daily Odia News

୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ……

ରିପୋର୍ଟ କାର୍ଡ / ନୟାଗଡ଼

୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ନୟାଗଡ଼ ଏସ୍‌ପି ରାହୁଲ ଜୈନ | କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ ହେବା ପରେ କାର୍ଯ୍ୟନୁଷ୍ଠ ନେଇଛନ୍ତି ଏସ୍‌ପି | ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀମାନେ ହେଲେ ନୟାଗଡ଼ ସଦର ଥାନାର SI ହାସିନା ପ୍ରଧାନ, ASI ରାଜେଶ୍ୱରୀ ନାୟକ, କନେଷ୍ଟବଲ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ସେମାନେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ପରେ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l ଗତ ସୋମବାର ବିଳମ୍ବିତ ରାତିରେ ସଦର ଥାନା ଗୋଳଗୋଳା ଗାଁରେ ବଡ଼ ଧରଣର ସିରିଜ ଚୋରି ହୋଇଥିଲା l ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗ ନେଇ ରାତାରାତି ଥାନାକୁ ଆସିଥିଲେ ଅଭିଯୋଗକାରୀ । ତୁରନ୍ତ ତାଙ୍କୁ ପୋଲିସ ସେବା ଯୋଗାଇ ଦେବା ପରିବର୍ତ୍ତେ ସକାଳୁ ଆସ କହି ତଡ଼ି ଦେଇଥିଲେ ଦାୟିତ୍ୱରେ ଥିବା ଏହି ୩ ପୋଲିସ କର୍ମଚାରୀ l ଏହି ଘଟଣା SP ରାହୁଲ ଜୈନ ନଜରକୁ ଆସିବା ପରେ ତଦନ୍ତ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l ଲୋକଙ୍କୁ ପୋଲିସ ସେବା ଯୋଗାଇବାରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା SP ରାହୁଲ ଜୈନ ସୂଚନା ଦେଇଛନ୍ତି l

Breaking News