Report Card Odisha

| Daily Odia News

ଯୁକ୍ତ ୩ ପିଲା ପଢିବେ NCC…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ଯୁକ୍ତ ୩ ପିଲା ପଢିବେ ଏନସିସି ପାଠ | ଆସନ୍ତା ୨୦୨୩- ୨୪ ଶିକ୍ଷା ବର୍ଷରୁ ଯୁକ୍ତ ୩ ପିଲାଙ୍କ ପାଇଁ ଏନସିସି ପାଠ୍ୟକ୍ରମ ଆରମ୍ଭ ହେବ । ଏନେଇ ଆଜି ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯୁକ୍ତ ୩ ପିଲା ଏନସିସିକୁ ଏକ ଇଲେକ୍ଟିଭ ସବଜେକ୍ଟ ଭାବରେ ନେଇ ପାରିବେ । ତେବେ ଏହି ଏନସିସି କିପରି ଭାବରେ ପାଠ୍ୟକ୍ରମରେ ସାମିଲ ହେବ ସେ ନେଇ ଏକ କମିଟି ଗଠିତ ହେବ । ଏହି କମିଟି ରମାଦେବୀ ବିଶ୍ୱବିଦୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବ । ପୂର୍ବରୁ ଏନସସି କେବଳ ପ୍ରାକ୍ଟିକାଲ ଏବଂ ଫିଲ୍ଡ ଥିଓରୀରେ ଚାଲିଥିବା ବେଳେ ବର୍ତ୍ତମାନ ଏହା ଏକ ବିଷୟବସ୍ତୁ ଭାବରେ ପାଠ୍ୟକ୍ରମରେ ସାମିଲ ହେବ । ତେବେ ଆସନ୍ତା ସିକ୍ଷାବର୍ଷରୁ ଏହା କ୍ଲାସ ରୁମରେ ପଢାଯିବ ବୋଲି ଉଚ୍ଚ ଶିକ୍ଷା ପରିଷଦ ସୂଚନା ଦେଇଛି ।

Breaking News