ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶର ୨୦୨୨ ବିଧାନସଭା ନିର୍ବାଚ ପାଇଁ ଚାଲିଛି ଅଙ୍କକଷା | ସମସ୍ତ ଦଳ ଅଣ୍ଟା ଭିଡିବା ଆରମ୍ଭ କରିଛନ୍ତି । ମଙ୍ଗଳବାର ଏନସିପି ଓ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହୋଇଛି । ଏକତ୍ର ହୋଇ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି । ଏନେଇ ଏନସିପି ମହାସଚିବ କେକେ ଶର୍ମା ଓ ପ୍ରଦେଶ ଅଧ୍ୟକ୍ଷ ଉମାଶଙ୍କର ଯାଦବ ଘୋଷଣା କରିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଆଲୋଚନା ସରିଛି । ଖୁବ୍ ଶୀଘ୍ର ସିଟ ଚୟନ ସମ୍ପର୍କରେ ଜଣାଇ ଦିଆଯିବ ବୋଲି ଶର୍ମା କହିଛନ୍ତି । କୃଷକ, ଯୁବକଙ୍କ ପାଇଁ ଆମେ ଲଢ଼ିବୁ ବୋଲି ଏନସିପି ପକ୍ଷରୁ କୁହାଯାଇଛି । ସମାଜବାଦୀ ପାର୍ଟି ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି , ଉତ୍ତର ପ୍ରଦେଶରେ ଯୁବକ ଓ କୃଷକ ଏବେ ସେମାନଙ୍କ ସ୍ୱର ଉଠାଇବାର ସମୟ ଆସିଯାଇଛି କାରଣ ଭାଜପା ସରକାର ଲୋକତନ୍ତ୍ର ପାଇଁ ବିପଦ ସୃଷ୍ଟି କରୁଛି ।
Discussion about this post