Report Card Odisha

| Daily Odia News

କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍‌, ଦ୍ୱିତୀୟ ଟି -୨୦ ମ୍ୟାଚ୍ ବାତିଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଙ୍ଗଳବାର ଭାରତ ଏବଂ ଶୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି -୨୦ ମ୍ୟାଚ୍ ବାତିଲ କରାଯାଇଛି । ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି । ଏହା ପରେ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟି ଟ୍ବେଣ୍ଟିକୁ ବାତିଲ କରିଦିଆଯାଇଛି । ଏହି ମ୍ୟାଚ କେବେ ଖେଳାଯିବ ସେ ନେଇ କୌଣସି ସୂଚନା ମିଳିନାହିଁ | ପୁଣି ସିରିଜ୍ ଆଗକୁ ଜାରି ରହିବ କି ନାହିଁ ସେ ନେଇ ମଧ୍ୟ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ। ଆସନ୍ତାକାଲି ଦ୍ବିତୀୟ ଟି ଟ୍ବେଣ୍ଟି ଖେଳାଯାଇପାରେ ବୋଲି ଅନୁମାନ କରାଯାଉଛି ।

Breaking News