Report Card Odisha

| Daily Odia News

ଆଜି ଏନଡିଏ ସଂସଦୀୟ ଦଳର ବୈଠକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ଗଠନ ପାଇଁ ପ୍ରସ୍ତୁତ ଜୋରଦାର ହେଉଥିବା ବେଳେ ଆଜି ନୂଆଦିଲ୍ଲୀରେ ଏନଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଜେପି, ଟିଡିପି, ଜେଡିୟୁ, ଏଲଜେପି (ଆର), ଶିବସେନା (ସିନ୍ଦେ ଗୋଷ୍ଠୀ), ଜେଡିଏସ ଏବଂ ଏନଡିଏର ଅନ୍ୟାନ୍ୟ ସହଯୋଗୀ ଦଳର ନବନିର୍ବାଚିତ ସାଂସଦମାନେ ଯୋଗଦେବେ। ସେପଟେ ବିଜେପି ଓ ଜେଡିୟୁର ନେତାମାନେ ଅଲଗା ଅଲଗା ବୈଠକ କରିବା ପରେ ରାଜଧାନୀରେ ରାଜନୈତିକ ଗତିବିଧି ଜୋର ଧରିଛି। ଜାତୀୟ ରାଜଧାନୀରେ ଏନଡିଏ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଜୋରଦାର ଆଲୋଚନା ଚାଲିଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ କ୍ୟାବିନେଟ ଗଠନ ନେଇ ଏନଡିଏ ସହଯୋଗୀଙ୍କ ସହ ଆଲୋଚନା କରିବାକୁ ଦାୟିତ୍ୱ ଦିଆଯାଇଛି। ଆଜି ଶ୍ରୀ ନଡ୍ଡା ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଲମ୍ବା ବୈଠକ କରିଛନ୍ତି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ପୀୟୂଷ ଗୋୟଲ, ପ୍ରହ୍ଲାଦ ଯୋଶୀ, ମନସୁଖ ମାଣ୍ଡଭିଆ ଓ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ଓ ବିନୋଦ ତାୱଡେ ପ୍ରମୁଖ ଉପସ୍ଥିତ ଥିଲେ।

Breaking News