ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ଓ ଭାରତ ମଧ୍ୟରେ ରଣନୈତିକ ଭାଗିଦାରିତା ବୃଦ୍ଧି ପାଉଛି ବୋଲି ଘୋଷଣା କରିବା ସହ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି, ଅବସ୍ଥା ଚକ୍ରରେ ପଡ଼ି ନୂଆଦିଲ୍ଲୀ ମସ୍କୋ ସହିତ ମିତ୍ରତା କରିଛି। ସେତେବେଳେ ଆମେରିକା ଭାରତକୁ ସହାୟତା କରିବା ପରିସ୍ଥିତିରେ ନ ଥିଲା। ବୁଧବାର ଦିନ ଆମେରିକୀୟ ସାଂସଦମାନଙ୍କୁ ବ୍ଲିଙ୍କେନ୍ କହିଛନ୍ତି, ଭାରତ କ୍ଷେତ୍ରରେ ଯେଭଳି ସମ୍ପର୍କ ରହିଛି ତାହା ବହୁ ଦଶନ୍ଧି ପୁରାତନ। ବିକଳ୍ପ ନ ଥିବାରୁ ଅବସ୍ଥା ଚକ୍ରରେ ପଡ଼ି ଭାରତ ରୁଷ୍ ସହିତ ମିତ୍ରତା କରିଛି। ସେତେବେଳେ ଆମେ ଭାରତର ମିତ୍ର ହେବା ପରିସ୍ଥିତିରେ ନ ଥିଲୁ। ଏବେ ଆମେ ସେଭଳି ଉଦ୍ୟମ କରୁଛୁ। ମୋର ମନେହୁଏ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ରଣନୈତିକ ସହଭାଗୀତା ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି। ଭାରତ-ଆମେରିକା ସମ୍ପର୍କ ପ୍ରସଙ୍ଗରେ ବ୍ଲିଙ୍କେନ୍ କହିଛନ୍ତି, ଆଗାମୀ କିଛି ଦଶନ୍ଧି ମଧ୍ୟରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ। କାରଣ, ରାଷ୍ଟ୍ରପତି ଜୋ ବାଇଡେନ୍ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତର ନେତାମାନଙ୍କ ସହ ଆଲୋଚନା କରିବା ସହ ଉଭୟ ଦେଶର ସମ୍ପର୍କର ଘନିଷ୍ଠତା ପାଇଁ ଅଧିକ ସମୟ ଦେଉଛନ୍ତି। ଅଷ୍ଟ୍ରେଲିଆ, ଜାପାନ ଓ ଆମ ସହ ଭାରତକୁ ସାମିଲ କରୁଥିବା ‘କ୍ବାଡ୍’କୁ ଆମେ ସକ୍ରିୟ କରିଛୁ। ଭାରତ ସହ ସବୁ କ୍ଷେତ୍ରରେ ସହଯୋଗିତାର ସୁଦୃଢ଼ୀକରଣ ନିମନ୍ତେ ‘କ୍ବାଡ୍’ ଏକ ଗୁରୁତ୍ବପୂର୍ଣ୍ଣ ବାହକ ଭାବେ କାମ ଦେଉଛି ବୋଲି ସେ କହିଛନ୍ତି।






More Stories
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..