ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ସୁନା ପୁଅ ନୀରଜ ଚୋପ୍ରା ଆଉ ଏକ ଇତିହାସ ରଚିଛନ୍ତି। ନୀରଜ ଲାଓସାନେ ଡାଏମଣ୍ଡ ଲିଗ୍ ଜିତିବାେର ସଫଳ ହୋଇଛନ୍ତି। ନୀରଜ ୮୭.୬୭ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ନୀରଜଙ୍କ ଚଳିତ ବର୍ଷ ଏହା ଦ୍ବିତୀୟ ଓ ମୋଟ ଉପରେ ୮ମ ସ୍ବର୍ଣ୍ଣ ପଦକ। ଏହି ସଫଳତା ଲାଗି ନୀରଜଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ତୁମ ପ୍ରତିଭା,ନିଷ୍ଠା, ଉତ୍ସର୍ଗିକୃତ ମନୋଭାବ ତୁମକୁ ଗୋଟିଏ ପରେ ଗୋଟିଏ ସଫଳତା ଆଣି ଦେଉଛି ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..