ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (NEET)ର ରେଜଲ୍ଟ ପ୍ରକାଶ ପାଇଛି। ଅଲ୍ ଇଣ୍ଡିଆ ରାଙ୍କ୍ରେ ପ୍ରଥମ ସ୍ଥାନରେ ରହିଛନ୍ତି ୩ ଜଣ ପରୀକ୍ଷାର୍ଥୀ। ତେଲେଙ୍ଗାନାର ମୃଣାଳ କୁତେରି, ଦିଲ୍ଲୀର ତନ୍ମୟ ଗୁପ୍ତା, ମହାରାଷ୍ଟ୍ରର କାର୍ତ୍ତିକ ନାୟର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡ଼ିଶାର ନେକ୍ତା ନିୟତେନ୍ଦ୍ର ସ୍ୱସ୍ତି ଶ୍ରାବଣ ମିଶ୍ର ସର୍ବଭାରତୀୟ ସ୍ତରରେ ୭୫ ରାଙ୍କରେ ରହି ଓଡ଼ିଶାର ଟପ୍ପର ହୋଇଛନ୍ତି। ଏନେଇ ସେ କହିଛନ୍ତି, ‘ଓଡ଼ିଶା ଟପ୍ପର ହେବାର ଖବର ଶୁଣିଲା ପରେ ବହୁତ ଖୁସି ଲାଗିଲା। କନ୍ସେନ୍ଟ୍ରେସନ୍ ହିଁ ସଫଳତା ଆଣିଦିଏ। ବାପାମା’ଙ୍କ ଆଶୀର୍ବାଦ ଓ ଶିକ୍ଷକମାନଙ୍କ ମାଗଦର୍ଶନରୁ ଏଭଳି ସଫଳତା ମିଳିଛି’। ଏହି ପରୀକ୍ଷାରେ ମୋଟ୍ ୯୮ ହଜାର ଛାତ୍ରଛାତ୍ରୀ କଟ୍ ଅଫ୍ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ନିକଟକୁ ଇ-ମେଲ୍ ମାଧ୍ୟମରେ ରେଜଲ୍ଟ ଆସିଛି। ତେବେ ନିଟ୍ ଏନ୍ଟିଏ ଅଫିସିଆାଲ ୱେବସାଇଟରେ ମଧ୍ୟ ଫଳାଫଳ ଉପଲ୍ଲବ୍ଧ ହୋଇଛି। ରାଙ୍କ୍ ଲିଷ୍ଟ, ସ୍କୋର କା଼ର୍ଡ ସହ ଫଳାଫଳ ପୁସ୍ତିକା ମଧ୍ୟ ୱେବସାଇଟରେ ଉପଲ୍ଲବ୍ଧ ହୋଇଛି। କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ନିଟ୍ ୟୁଜି ପରୀକ୍ଷା ଗତ ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..