Report Card Odisha

| Daily Odia News

ଚନ୍ଦ୍ରଯାନ-୩ର ଶ୍ରେୟ ନେହେରୁ ନା ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚନ୍ଦ୍ର ପୃଷ୍ଠରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ସଫଳ ସଫ୍ଟ ଲ୍ୟାଣ୍ଡିଂକୁ ନେଇ ରାଜନୀତି ଜୋରଧରିଛି | ବିଶେଷକରି ଏହି ସଫଳତାର ଶ୍ରେୟ ନେବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି । ନେତାମାନେ ମିଶନକୁ ଅଭିନନ୍ଦନ ଜଣାଇବା ସହ ନିଜ ଦଳର କାର୍ଯ୍ୟକାଳ ଯୋଗୁଁ ସମ୍ଭବ ହୋଇଥିବା ସଫଳତା ସହ ଯୋଡ଼ିଛନ୍ତି। ଚନ୍ଦ୍ରଯାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂକୁ ନେଇ ଉଭୟ ଦଳର ନେତାଙ୍କ ପ୍ରତିକ୍ରିୟା କେମିତି ରହିଛି । ଚନ୍ଦ୍ରଯାନର ସଫଳ ଅବତରଣ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ଟୁଇଟ୍ କରି କହିଛନ୍ତି ଯେ ଏହି ସଫଳତର ଶ୍ରେୟ ପ୍ରତି ଭାରତୀୟଙ୍କୁ ଯିବ । ଏଥିପାଇଁ ସେ ବୈଜ୍ଞାନିକ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଏହି ସଫଳତା ପଣ୍ଡିତ୍ ଜବାହରଲାଲ ନେହେରୁଙ୍କ ଦୂରଦୃଷ୍ଟିର ପ୍ରମାଣ, ଯିଏକି ଦେଶରେ ବୈଜ୍ଞାନିକ ଚିନ୍ତାଧାରାର ବିକାଶ ଉପରେ ଗୁରୁତ୍ବ ଦେଇଥିଲେ । ସେହିପରି ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ଏହି ସଫଳତା ପାଇଁ ଦେଶର ବୈଜ୍ଞାନିକ, ଦେଶବାସୀଙ୍କୁ ବଧେଇ । ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଧେଇ ଜଣାଇଛନ୍ତି । ସେ କହିଛନ୍ତି ଯେ ମୋଦୀଙ୍କ ନେତୃତ୍ବରେ ଭାରତ ସଫଳତାର ନୂଆ ରେକର୍ଡ ସ୍ଥାପନ କରିଛି ।

Breaking News