ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଅନେକ ଭାରତୀୟ ନିଖୋଜ ହୋଇଯାଇଚନ୍ତି । ତା ମଧ୍ୟରେ କିଛି ଓଡ଼ିଆ ଥିବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଲକ୍ଷ୍ୟ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସଠାରେ ଏକ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲାଯାଇଛି । ନୂଆଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାଶିକ କମିଶନରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ବନ୍ୟାରେ ଫସି ଯାଇଥିବା ଓଡ଼ିଆମାନଙ୍କ ପରିବାରକୁ ଏଠାରୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ । କଂଟ୍ରୋଲ ରୁମ୍ ପକ୍ଷରୁ ଏଥିପାଇଁ ହେଲ୍ପଲାଇନ ନମ୍ବର ୦୧୧-୨୩୦୧୨୮୦୭ ଜାରି କରାଯାଇଛି ।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..