Report Card Odisha

| Daily Odia News

KIIT ଛାଡ଼ିଲେ ନେପାଳୀ ଛାତ୍ରଛାତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

କିଟ୍‌ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଇଛି। କୁହାଯାଉଛି, ଏହି ଛାତ୍ରଛାତ୍ରୀଙ୍କୁ ଜୋର୍‌ ଜବରଦସ୍ତ କଟକ ରେଲଓ୍ବେ ଷ୍ଟେଶନରେ ଛଡ଼ାଯାଇଛି। ସୁରକ୍ଷାକର୍ମୀମାନେ ନେପାଳୀ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ବି ହୋଇଛି। ଛାତ୍ରୀଙ୍କ ଆତ୍ମହତ୍ୟା ପରେ କ୍ୟାମ୍ପସ୍‌ରେ ଉତ୍ତେଜନା ଦେଖାଦେଇଥିଲା। ନ୍ୟାୟ ପାଇଁ ଛାତ୍ରଛାତ୍ରୀ ରାସ୍ତା ଅବରୋଧ କରିଥିଲେ। ‘ଆମେ ନ୍ୟାୟ ଚାହୁଁଛୁ’। ତଦନ୍ତରେ ସ୍ବଚ୍ଛତା ଦାବି କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। କର୍ତ୍ତୃପକ୍ଷ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଏକ ଭିଡିଓ କ୍ଲିପ୍‌ରେ ଜଣେ ଛାତ୍ରୀ କହୁଥିବା ଶୁଣିବାକୁ ମିଳିଛି। ସୂଚନାଯୋଗ୍ୟ, ଜଣେ ବି.ଟେକ୍‌ ତୃତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ମୃତ ଯୁବତୀଙ୍କ ବନ୍ଧୁ ଏବଂ ପରିଚିତମାନେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପ୍ରେମିକ, ସେହି ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ଛାତ୍ର, ପୀଡ଼ିତାଙ୍କ ଉପରେ ତିନି ବର୍ଷର ସମ୍ପର୍କ ମଧ୍ୟରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିଲେ। ଜଣେ ସହପାଠୀ ଅଭିଯୋଗ କରିଛନ୍ତି ଯେ, ନେପାଳର ମୃତ ପ୍ରକୃତି ଲମସାଲଙ୍କୁ ତାଙ୍କ ତିନି ବର୍ଷର ସମ୍ପର୍କ ମଧ୍ୟରେ ଅଦ୍ବିକ ଶ୍ରୀବାସ୍ତବ ନିରନ୍ତର ନିର୍ଯାତନା ଦେଉଥିଲେ। ଛାତ୍ରମାନଙ୍କ ଅଭିଯୋଗ ଆଧାରରେ ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ପୋଲିସ ଅଦ୍ବିକଙ୍କୁ ଗିରଫ କରିଛି।

Breaking News