ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳର ଅନ୍ତରିୀଣ ପ୍ରଧାନମନ୍ତ୍ରୀ ଭାବେ ସୁଶୀଳା କାର୍କୀ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଶୁକ୍ରବାର ରାତିରେ ତାଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି ନେପାଳରେ ଭୟାନକ ବିକ୍ଷୋଭ ପ୍ରଦର୍ଶନ ପରେ ଶାସନ ପରିବର୍ତ୍ତନ ହୋଇଥିଲା । ଏହାର ୩ ଦିନ ପରେ ସେନା, ରାଷ୍ଟ୍ରପତି ଏବଂ ଜେନ୍-ଜେଡ୍ ନେତାମାନଙ୍କର ବୈଠକରେ ସୁଶୀଳାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସୁଶୀଳା କାର୍କୀ ନେପାଳର ସୁପ୍ରମକୋର୍ଟର ପ୍ରଧାନ ବିଚାରପତି ଥିଲେ । ସେ ଭାରତର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍ୟୁ)ରୁ ରାଜନୀତି ବିଜ୍ଞାନରେ ସ୍ନାତୋକତ୍ତର କରିଥିଲେ। ଅନ୍ୟପକ୍ଷେ, ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ସଂସଦ ଭଙ୍ଗ କରିଛନ୍ତି। ଜେନ୍-ଜେଡ୍ ନେତାମାନେ ସଂସଦ ଭାଙ୍ଗିବା ପାଇଁ ଦାବି କରିଥିଲେ ।






More Stories
କୌଣସି ଲକ୍ଡାଉନ୍ ହେବନି…..
ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ….
ସିଏମ୍-ପିଏମ୍ ଆଲୋଚନା…..