Report Card Odisha

| Daily Odia News

ନେତାଜୀ ବସ୍ ଟର୍ମିନାଲ ପାଇଁ ଆଉ ୩୫ କୋଟି ମଞ୍ଜୁର କଲେ ସରକାର……

ରିପୋର୍ଟ କାର୍ଡ / କଟକ

କଟକର ନିର୍ମାଣାଧୀନ ନେତାଜୀ ବସ୍ ଟର୍ମିନାଲ ପାଇଁ ରାଜ୍ୟ ସରକାର ଅଧିକ ଅର୍ଥ ମଞ୍ଜୁର କରିଛନ୍ତି । ସେପଟେ ବସ୍ ଟର୍ମିନାଲ କାମର ଅଗ୍ରଗତି ସମୀକ୍ଷା କରିଛନ୍ତି ସିଏମସି କମିଶନର । ଏବେ ଯେଉଁ ଗତିରେ କାମ ଚାଲିଛି, ସେହିପରି କାମ ଚାଲିଲେ ଆସନ୍ତା ଫେବୃଆରୀ ମାସ ସୁଦ୍ଧା ବସ୍ ଟର୍ମିନାଲ କାମ ଶେଷ ହୋଇଯିବ ବୋଲି କହିଛନ୍ତି ସିଏମସି କମିଶନର । କଟକ ଖାନନଗରରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟ ମେ ମାସରୁ ଆରମ୍ଭ ହୋଇଛି। ତାମିଲନାଡୁର ୟୁଆରସି ପ୍ରାଇଭେଟ ଲିମିଟେଡ଼ ନାମକ ସଂସ୍ଥା ଏହି ବସ୍ ଟର୍ମିନାଲର କାମ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ଏହି ବସ୍ ଟର୍ମିନାଲ ପାଇଁ ୬୫ କୋଟି ଟଙ୍କା ମଞ୍ଜୁର କରିଥିଲେ । ଏବେ ସରକାର ଏହି ବସ୍ ଟର୍ମିନାଲ ପାଇଁ ଆହୁରି ପ୍ରାୟ ୩୫ କୋଟି ଟଙ୍କା ଅଧିକ ମଞ୍ଜୁର କରିଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁବାଷ ସିଂହ ।

 

Breaking News