ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ | ୨୩ ଜାନୁଆରୀ ୧୮୯୭ ମସିହା କଟକରେ ଜନ୍ମଗ୍ରହଣ କରିଥିଲେ | ସ୍ୱାଧୀନତା ସଂଗ୍ରାମରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ | ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ କୁ ୨୦୨୧ରୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ନୂଆଦିଲ୍ଲୀର ଲାଲ କିଲ୍ଲାରେ ଆଜି ସନ୍ଧ୍ୟାରେ ପରାକ୍ରମ ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ଏହି ଅବସରରେ ପୁରାତନ ଲେଖାର ପ୍ରଦର୍ଶନୀ, ବିରଳ ଫଟୋଚିତ୍ର ଏବଂ ଦସ୍ତାବିଜ ପ୍ରଦର୍ଶିତ ହେବ ଯେଉଁଥିରୁ ନେତାଜୀ ଏବଂ ଆଜାଦ ହିନ୍ଦ ଫୋୖଜର ଉଲ୍ଲେଖନୀୟ ଯାତ୍ରାର ପରିଚୟ ମିଳିପାରିବ। ଏହି ଉତ୍ସବ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଜିଠାରୁ ୩୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଭାରତ ପର୍ବକୁ ମଧ୍ୟ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମ ଲାଲ କିଲ୍ଲା ସାମ୍ନାରେ ରାମ ଲୀଳା ମୈଦାନ ଏବଂ ମାଧବ ଦାସ ପାର୍କରେ ଅନୁଷ୍ଠିତ ହେବ। ଏଥିରେ ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ ଏବଂ ସାଂସ୍କୃତିକ ପ୍ରଦର୍ଶନ ସହିତ ଦେଶର ସମୃଦ୍ଧ ବିବିଧତା ପ୍ରଦର୍ଶିତ ହେବ।






More Stories
ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଘୋଷଣା…..
ଆଜିଠୁ ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ….
ଅନ୍ତର୍ଜାତୀୟ ମହିଳା ଦିବସ:’ପାଇବା ପାଇଁ ଦେବା’……