Report Card Odisha

| Daily Odia News

ଦେଶର ନୂଆ ସିଡିଏସ୍‌ ଭାବେ ଦାୟିତ୍ୱ ନେଲେ ଅନିଲ ଚୌହାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଅବସରପ୍ରାପ୍ତ ଅନିଲ ଚୌହାନ ଦେଶର ନୂତନ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ସେ କହିଛନ୍ତି, ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ ପଦବୀର ଦାୟିତ୍ୱ ନେଇଥିବାରୁ ମୁଁ ଗର୍ବିତ। ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଭାବରେ ମୁଁ ତିନି ପ୍ରତିରକ୍ଷା ବାହିନୀର ଆଶା ପୂରଣ କରିବାକୁ ଚେଷ୍ଟା କରିବି। ଆମେ ସମସ୍ତେ ମିଶି ଆହ୍ବାନ ଏବଂ କଠିନ ପରିସ୍ଥିତିର ସାମ୍ନା କରିବା। ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତ୍‌ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବାର ପ୍ରାୟ ୧୦ ମାସ ବ୍ୟବଧାନ ପରେ କେନ୍ଦ୍ର ସରକାର ବୁଧବାର ପ୍ରାକ୍ତନ ସେନା ଅଧିକାରୀ ଚୌହାନଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୧୯୬୧ରେ ଜନ୍ମିତ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଅନିଲ ଚୌହାନ ହେଉଛନ୍ତି ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ), ଖଡ଼କଓ୍ବାଲ୍‌ସା ଏବଂ ଭାରତୀୟ ସାମରିକ ଏକାଡେମୀ (ଆଇଏମ୍‌ଏ)ରେ ପ୍ରାକ୍ତନ ଛାତ୍ର। ୧୯୮୧ରେ ୧୧ ଗୋର୍ଖା ରାଇଫଲ୍ସରେ ଯୋଗଦେଇଥିବା ଚୌହାନ ୨୦୨୧ ମେ’ ୩୧ରେ ସେନାର ଇଷ୍ଟର୍ନ କମାଣ୍ଡ ଚିଫ୍‌ ପଦରୁ ଅବସର ନେଇଥିଲେ।ସିଡିଏସ୍‌ ହେଉଛନ୍ତି ଚିଫ୍‌ସ ଅଫ୍‌ ଷ୍ଟାଫ୍‌ କମିଟିର ସ୍ଥାୟୀ ଅଧ୍ୟକ୍ଷ। ଏଥିସହ ସେ ପ୍ରତିରକ୍ଷା ମନ୍ତ୍ରଣାଳୟର ସାମରିକ ବ୍ୟାପାର ସଚିବ ତଥା ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁଖ୍ୟ ସାମରିକ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିବେ। ୨୦୨୧ ଡିସେମ୍ବରରେ ୮ରେ ଭାରତର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତ୍‌ ଙ୍କ ସମେତ ୧୩ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସେବେଠୁ ଏହି ଗୁରୁତ୍ୱପୂର୍ଣ୍ଣ ସାମରିକ ପଦବୀ ଖାଲି ପଡ଼ିଥିଲା।

Breaking News