ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜିଠୁ ରାତି ୯ରୁ ସକାଳ ୫ ଯାଏ ସବୁ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ୫୦% କ୍ଷମତାରେ ହୋଟେଲ ଓ ବାର୍ ଚାଲିବ। ରାସ୍ତାକଡ଼ ଦୋକାନ ରାତି ୯ଟା ଯାଏ ଖୋଲିବ, କିନ୍ତୁ ଏକାସମୟରେ ସର୍ବାଧିକ ୫ ଜଣ ଗ୍ରାହକ ରହିବେ।
୧ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ଚାଲିପାରିବ। ତେବେ ଯାତ୍ରା ମାଲିକ ନିୟମକୁ କଡ଼ାକଡ଼ି ପାଳନ କରିବେ |
ମଲ୍ ଓ ବଜାରରେ ଭିଡ ହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ରହିବେ। ନିୟମ ଉଲ୍ଲଂଘନ କଲେ ୭ ଦିନ ଯାଏ ଦୋକାନ ବନ୍ଦ କରାଯିବ।
ପର୍ଯ୍ୟଟନ ସ୍ଥାନ ଓ ପାର୍କରେ ପିକ୍ନିନ୍ ହୋଇପାରିବନି |
ସିନେମା ହଲ୍ ୫୦% ସିଟ୍ କ୍ଷମତାରେ ଚାଲିିବ |
ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିବେ |
ସର୍ବାଧିକ ୫୦ ଲୋକଙ୍କୁ ନେଇ ଇଣ୍ଡୋର ଓ ଆଉଟଡୋର ଫିଲ୍ମ ସୁଟିଂ ହେବ |
ବାହାଘର ଓ ବ୍ରତ ଘରରେ ୧୦୦ ଜଣ ଏବଂ ଶୁଦ୍ଧି କାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ରହିଛି |
ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣ ସାମିଲ ହୋଇପାରିବେ |
ବାହାଘର ଏବଂ ରିସେପ୍ସନ୍ ବ୍ୟତୀତ ହଳଦୀ, ମେହେନ୍ଦି ଭଳି କାର୍ଯ୍ୟକ୍ରମ ହୋଇପାରିବନି |
ରାଜ୍ୟର ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ।
ଭୁନେଶ୍ୱରକୁ ଆସୁଥିବା ସବୁ ଯାତ୍ରୀଙ୍କ RT-PCR ଟେଷ୍ଟ ପାଇଁ BMC ନିର୍ଦ୍ଦେଶ ଦେଇଛି। ଡବଲ ଡୋଜ୍ ଟିକା କିମ୍ବା ନେଗେଟିଭ ରିପୋର୍ଟ ଥିଲେ ବି ପୁଣି ଥରେ ଟେଷ୍ଟ କରିବା ବାଧ୍ୟତାମୂଳକ । ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀ ହୋମ୍ ଆଇସୋଲେସନରେ ରହିବେ ।
More Stories
ଗଠନ ହେବ ଓଡିଶା ରାଜ୍ୟ ରାଜପଥ ପ୍ରାଧିକରଣ….
ସିଗାରେଟ୍ ଭିତରେ ଗଞ୍ଜେଇ ଜବତ…..
୨୦୨୬-୨୭ରୁ ନୂଆ ସିଲାବସ୍….