Report Card Odisha

| Daily Odia News

ବଢ଼ିଲା ପ୍ରାର୍ଥୀଙ୍କ ନିର୍ବାଚନ ଅର୍ଥ ଖର୍ଚ୍ଚ ସୀମା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିର୍ବାଚନରେ ପ୍ରାର୍ଥୀଙ୍କ ଅର୍ଥ ଖର୍ଚ୍ଚ ସୀମାକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ନିର୍ବାଚନ ଆୟୋଗଙ୍କ ସୁପାରିସକ୍ରମେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନିଷ୍ପତ୍ତି ଅନୁଯାୟୀ ଜଣେ ଲୋକସଭା ପ୍ରାର୍ଥୀ ସର୍ବାଧିକ ୯୫ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହି ଖର୍ଚ୍ଚ ସୀମା ୭୦ଲକ୍ଷ ଟଙ୍କା ଥିଲା। ସେହିପରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ପୂର୍ବରୁ ଏହି ଅର୍ଥ ଖର୍ଚ୍ଚ ସୀମା ୨୮ଲକ୍ଷ ଟଙ୍କା ଥିଲା। ଆଗାମୀ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭାରେ ଏହି ନୂଆ ଖର୍ଚ୍ଚ ସୀମା ଲାଗୁ ହେବ। ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ବୃଦ୍ଧି ଲାଗି ନିର୍ବାଚନ ଆୟୋଗ ଗଠନ କରିଥିବା କମିଟି ୧୨ରୁ ୪୨% ବୃଦ୍ଧି କରିବା ଲାଗି ପ୍ରସ୍ତାବ ଦେଇଥିଲେ। ନିର୍ବାଚନମଣ୍ଡଳୀର ​‌େ​‌ଭାଟରଙ୍କୁ ଆଧାର କରି ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଧାର୍ଯ୍ୟ ହୋଇଛି। ​ଛୋଟ ରାଜ୍ୟ ଗୁଡିକର ଲୋକସଭା ନିର୍ବାଚନମଣ୍ଡଳୀଗୁଡ଼ିକ ପାଇଁ ଖର୍ଚ୍ଚ ସୀମା ପୂର୍ବରୁ ୫୪ଲକ୍ଷ ଥିବାବେଳେ ଏହାକୁ ୭୫ଲକ୍ଷକୁ ବୃଦ୍ଧି କରାଯାଇଛି। ଛୋଟ ରାଜ୍ୟ ଗୁଡିକର ବିଧାନସଭାରେ ପ୍ରାର୍ଥୀଙ୍କ ଖର୍ଚ୍ଚସୀମା ପୂର୍ବରୁ ୨୦ଲକ୍ଷ ଥିବାବେଳେ ଏହାକୁ ୨୮ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

 

Breaking News