ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଆଇନ ପ୍ରକ୍ରିୟାରେ ୩ଟି ନୂଆ ଫୌଜଦାରୀ ମାମଲା ଲାଗୁ ହେବାକୁ ଯାଉଛି। ଏହି ତିନୋଟି ନୂଆ ଅପରାଧିକ ନିୟମ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ। ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହି ତିନି ଅପରାଧିକ ନିୟମ ହେଉଛି, ଭାରତ ନ୍ୟାୟ ସଂହିତା, ଭାରତୀୟ ନାଗାରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ। ବ୍ରିଟିଶ କାଳରୁ ଇଣ୍ଡିଆନ ପେନାଲ କୋଡ (ଆଇପିସି) ଏବଂ କୋଡ ଅଫ୍ କ୍ରିମିନାଲ ପ୍ରୋସିଜର୍ (CrPC) ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ। ଭାରତୀୟ ସାକ୍ଷ୍ୟ ସଂହିତା, ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ୍, ୨୦୨୩ ଏବଂ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ଗତ ବର୍ଷ ଶୀତ ଅଧିବେଶନ ସମୟରେ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା। ଏହାପରେ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ପାଇବା ପରେ ବିଲ୍ ଆଇନରେ ପରିଣତ ହୋଇଥିଲା, ଯାହା ଆସନ୍ତା ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ। ସଂସଦରେ ଏହି ବିଲ୍ ଆଗତ ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ, ଏହି ନୂଆ ନିୟମ ଭାରତୀୟତା, ଭାରତୀୟ ସମ୍ବିଧାନ ଏବଂ ଲୋକଙ୍କ କଲ୍ୟାଣ ଉପରେ ଗୁରୁତ୍ୱାରୋପ କରେ। ଏଥିସହ ଟେକ୍ନୋଲୋଜିର ବ୍ୟବହାରକୁ ଉତ୍ସାହିତ କରିଥାଏ ଏବଂ ଅନୁସନ୍ଧାନ, ପ୍ରବର୍ତ୍ତନ ଏବଂ ନ୍ୟାୟିକ ବ୍ୟବସ୍ଥାରେ ଫରେନସିକ୍ ସାଇନ୍ସକୁ ଅଧିକ ଗୁରୁତ୍ୱ ଦେଇଥାଏ ବୋଲି ଶାହ କହିଥିଲେ। ସେ ଆହୁରି କହିଥିଲେ, ଏହି ତିନୋଟି ନିୟମ ଅନୁଯାୟୀ ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥା ବିଶ୍ୱରେ ସବୁଠାରୁ ଉନ୍ନତ ହେବ।






More Stories
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….