ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ନୂଆ ଡିଜିପି ସୁନୀଲ ବଂଶଲ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପତ୍ନୀଙ୍କ ସହିତ ଆସି ଠାକୁରଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ନୂଆ ଡିଜି ସୁନୀଲ ବଂଶଲ । ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ତାଙ୍କର ଦୀର୍ଘ ଦିନର ଇଚ୍ଛା ପୂରଣ ହୋଇଛି ବୋଲି ସେ କହିଛନ୍ତି । କଡା ସୁରକ୍ଷାର ସହ ସୁନୀଲ ବଂଶଲ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏଥିସହ ମହାପ୍ରଭୁଙ୍କ ପାଖରେ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ ବଢୁଥିବା ବ୍ରାଉନସୁଗାର କାରବାରକୁ ରୋକିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଡିଜି ସୁନୀଲ ବଂଶଲ କହିଛନ୍ତି । ତେବେ ଗତ ୩୧ ତାରିଖରେ ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଥିଲେ ସୁନୀଲ ବଂଶଲ । ସୁନୀଲ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ । ସେ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଥିବା ବେଳେ ୨୭ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରୁଥିଲେ।
More Stories
ଶ୍ରୀମନ୍ଦିର ବାନାରେ ଶୂନ୍ୟଗଣ୍ଠି…..
ଗୃହ କମିଟି କଠନ ଦାବି କଲା କଂଗ୍ରେସ…..
ବିଶିଷ୍ଟ କବି ରମାକାନ୍ତ ରଥଙ୍କର ଶେଷକୃତ୍ୟ ସମ୍ପନ୍ନ…..