ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧିରେ ଧିରେ ଖରା ବଢ଼ିଲାଣି | ବୃଦ୍ଧି ପାଇ ଚାଲିଛି ତାପମାତ୍ରା । ତେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ପାଇଁ ଖୁବ୍ ଶୀଘ୍ର ନୂଆ ଗାଇଡ୍ଲାଇନ୍ ଆସିବ ବୋଲି ସୋମବାର ସୂଚନା ମିଳିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ୱ ବିଭାଗ ମଧ୍ୟ ଏନେଇ ଆଲୋଚନା କରିଛନ୍ତି । ମାର୍ଚ୍ଚ ଆରମ୍ଭରୁ ହିଁ ଅସହ୍ୟ ଗରମ ଓ ଖରା ଅନୁଭୂତ ହେଲାଣି । ସକାଳ ୮ଟାରୁ ହିଁ ଖରା ହେଉଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ନୂଆ ଗାଇଡ୍ଲାଇନ୍ ଲାଗୁ କରିବେ। କେବେ ଠାରୁ ସକାଳୁଆ ସ୍କୁଲ-କଲେଜ ଖୋଲିବ ସେନଇ ନିଷ୍ପତ୍ତି ନିଆଯିବ । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ସ୍କୁଲରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..