Report Card Odisha

| Daily Odia News

ନୂତନ ସଂସଦ ଭବନ ଲୋକାର୍ପିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସକାଳେ ବିଧିବିଧାନ ଅନୁଯାୟୀ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ନୂଆ ସଂସଦ ଭବନ ଲୋକାର୍ପଣ କରିବା ସଙ୍କେତ ସ୍ବରୂପ ଏକ ‘ଫଳକ’ ବା ‘ପ୍ଲେକ୍‌’ ଉନ୍ମୋଚନ କରିଛନ୍ତି। ବୈଦିକ ବିଧିବିଧାନ ଅନୁସାରେ ପୂଜା-ହୋମ କରାଯାଇ ସଂସଦ ଭବନର ଉଦଘାଟନ କାର୍ଯ୍ୟ ଆରମ୍ଭ ହୋଇଯାଇଛି | ବୈଦିକ ମ‌ନ୍ତ୍ରୋଚାରଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନା କରି ତାମିଲ୍‌ନାଡୁରୁ ଆସିଥିବା ଅଧୀନମ୍‌ମାନଙ୍କ ଶୁଭାଶୀର୍ବାଦ ଗ୍ରହଣ କରିଥିଲେ। ନୂଆ ସଂସଦ ଭବନ ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ ଓ ବିକାଶରେ କାର୍ଯ୍ୟ କରିଥିବା ଲୋକମାନଙ୍କୁ ସମ୍ମାନିତ କରିଥିଲେ। ନୂଆ ସଂସଦ ଭବନ ଉଦଘାଟନ ସମାରୋହର କାର୍ଯ୍ୟସୂଚୀ- ୭ଟା୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ପୂଜା ପାଇଁ ପହଞ୍ଚିଥିଲେ | ସକାଳ ୭:୩୦ରୁ ୮:୩୦ ପର୍ଯ୍ୟନ୍ତ ହୋମ ଏବଂ ପୂଜା ଗାନ୍ଧୀ ମୂର୍ତ୍ତି ନିକଟରେ ମଣ୍ଡପରେ କରାଯାଇଛି | ସକାଳ ୯ଟାରେ ଲୋକସଭା ଚ୍ୟାମ୍ବରରେ କାର୍ଯ୍ୟକ୍ରମ ରହିଛି | ମଧ୍ୟାହ୍ନ ୧୨ଟାରେ ମୋଦୀ ସଂସଦରେ ପହଞ୍ଚିବେ | ମଧ୍ୟାହ୍ନ ୧୨ଟା୭ରେ ଜାତୀୟ ସଂଗୀତ ଗାନ କରାଯିବ | ମଧ୍ୟାହ୍ନ ୧୨ଟା ୧୦ରେ ରାଜ୍ୟସଭା ଉପାଧ୍ୟକ୍ଷ ସ୍ୱାଗତ ଭାଷଣ ଦେବେ | ମଧ୍ୟାହ୍ନ ୧୨ଟା ୧୭ରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ କରାଯିବ | ମଧ୍ୟାହ୍ନ ୧୨ଟା ୨୯ରେ ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତିଙ୍କ ବାର୍ତ୍ତା ପଢ଼ାଯିବ | ମଧ୍ୟାହ୍ନ ୧୨ଟା ୪୩ରେ ଲୋକସଭା ବାଚସ୍ପତି ଭାଷଣ ଦେବେ | ଦ୍ବିପ୍ରହର ୧ଟା ସମୟରେ ପ୍ରଧାନମନ୍ତ୍ରୀ ମୁଦ୍ରା ଏବଂ ଷ୍ଟାମ୍ପ ଜାରି କରିବେ | ଦ୍ବିପ୍ରହର ୧ଟା୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ଦେବେ | ଅପରାହ୍ନ ୧ଟା ୩୦ରେ ଲୋକସଭା ସଚିବ ଧନ୍ୟବାଦ ପ୍ରସ୍ତାବ ଦେବେ |

Breaking News