Report Card Odisha

| Daily Odia News

ଆନ୍ତରିକତା ଓ ପ୍ରତିବଦ୍ଧତା ଛାତ୍ରମାନଙ୍କ ମଧ୍ୟରେ ବୈଜ୍ଞାନିକ ଦକ୍ଷତାକୁ ଉତ୍ସାହିତ କରିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର | ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ଦିଗରେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତି।ନବନିଯୁକ୍ତ ୩୩୪ ଅଣଶିକ୍ଷକ କର୍ମଚାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି । ଲୋକସେବକ ଭବନ କନଭେନସନ କେନ୍ଦ୍ରରେ ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ ମୋଡ୍‌ରେ ଯୋଗଦେଇ ଦେଇଥିଲେ | ନବ ନିଯୁକ୍ତ ବିଜ୍ଞାନଗାର ସହାୟକ, କନିଷ୍ଠ ପାଠାଗାର ଅଧିକାରୀ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି । ଶିକ୍ଷାନୁଷ୍ଠାନରେ ଶିକ୍ଷା ପାଇଁ ଏକ ଗତିଶୀଳ ପରିବେଶ ସୃଷ୍ଟି କରିବାରେ ସହାୟକ ହେବେ। ସେମାନଙ୍କ ଆନ୍ତରିକତା ଓ ପ୍ରତିବଦ୍ଧତା ଛାତ୍ରମାନଙ୍କ ମଧ୍ୟରେ ବୈଜ୍ଞାନିକ ଦକ୍ଷତାକୁ ଉତ୍ସାହିତ କରିବ। କ୍ରୀଡ଼ା ଉପରେ ଗୁରୁତ୍ବ ଦେଇ ସେ କହିଲେ ରାଜ୍ୟ ସରକାର କ୍ରୀଡ଼ାକୁ ପୂର୍ଣ୍ଣ ପରିମାଣରେ ଉତ୍ସାହିତ କରିଆସୁଛନ୍ତି। ବାସ୍ତବରେ, ବିଶ୍ବ କ୍ରୀଡ଼ା‌ ମାନଚିତ୍ରରେ ଓଡ଼ିଶା ବର୍ତ୍ତମାନ ଏକ ପ୍ରମୁଖ ସ୍ଥାନ ହାସଲ କରିଛି। ସ୍କୁଲ ସ୍ତରରେ ଅଧିକ ଖେଳ ପଡ଼ିଆ କରାଯାଉଛି। ପିଲାଟି ଦିନରୁ ଜଣେ କିଭଳି କ୍ରୀଡ଼ା କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିବେ ସେଥିପାଇଁ ବ୍ଲକସ୍ତରରେ ଷ୍ଟାଡିୟମର ବିକାଶ କରାଯାଉଛି। ଛାତ୍ରଛାତ୍ରୀଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ାଇବାରେ ପିଇଟିମାନେ ନିଶ୍ଚିତ ଭାବେ ସକରାତ୍ମକ ଭୂମିକା ଗ୍ରହଣ କରିବେ। ଆମ ରାଜ୍ୟରେ ଅଧିକ ଜାତୀୟ ତଥା ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବାରେ ସହାୟକ ହେବେ। ଛାତ୍ରମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବେ। ନୂତନ ଭାବେ ପ୍ରବେଶ କରୁଥିବା ଅଣ-ଶିକ୍ଷକମାନେ ୫-ଟି ମନ୍ତ୍ର ଅନୁସରଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ନିରନ୍ତର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Breaking News