ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୁବ୍ଶୀଘ୍ର ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ନୂଆ ନୀତି ଆଣିବାକୁ ସରକାରୀ ସ୍ତରରେ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ଷତିଗ୍ରସ୍ତ ଚାହିଁଲେ କ୍ଷତିପୂରଣ ବଦଳରେ ପ୍ରକଳ୍ପରେ ଶେୟାର ବା ଅଂଶୀଦାର ରହିପାରିବେ।ଖାଲି ଏତିକି ନୁହେଁ, ଜମି ହରାଉଥିବା ଲୋକଙ୍କୁ ମଧ୍ୟ ବିକଳ୍ପ ସୁଯୋଗ ଦିଆଯିବ। ଜମି ବଦଳରେ ସରକାର ଜମି ଯୋଗାଇ ଦେବେ। କ୍ଷତିପୂରଣ ଜାଗାରେ ସେହି ପରିମାଣରେ ଅଂଶୀଦାର ରହିବେ। ଲୋକ ଯେଉଁ ବିକଳ୍ପ ଦେବେ ସେହି ଅନୁସାରେ ହେବ। ସରକାର କାହା ଉପରେ କୌଣସି ନିଷ୍ପତ୍ତି ଲଦିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……