Report Card Odisha

| Daily Odia News

ନୂଆ ଆତଙ୍କୀ ସଙ୍ଗଠନର ପର୍ଦ୍ଦାଫାଶ କଲା ସେନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁକଶ୍ମୀର ମୁଣ୍ଡ ଟେକୁଥିଲା ନୂଆ ଆତଙ୍କବାଦୀ ସଙ୍ଗଠନର ପର୍ଦ୍ଦାଫାଶ କରିଛି ସୁରକ୍ଷା ବାହିନୀ। ଏହି ସଙ୍ଗଠନ ନିଷିଦ୍ଦ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାର ଅଂଶ ବୋଲି ଅନୁମାନ କରାଯାଉଛି।ମଙ୍ଗଳବାର କାଉଣ୍ଟର-ଇଣ୍ଟେଲିଜେନ୍ସ କଶ୍ମୀର ଏକ ବଡ଼ ଅପରେସନ୍ ଆରମ୍ଭ କରିଥିଲେ। ଏହି ଅପରେସନ୍‌ ଜରିଆରେ ଶ୍ରୀନଗର, ଗାନ୍ଦେରବାଲ୍‌, ବାନ୍ଦିପୋରା, କୁଲଗାମ, ବୁଦଗାମ, ଅନନ୍ତନାଗ, ଏବଂ ପୁଲୱାମା ସମେତ ଏକାଧିକ ଜିଲ୍ଲାରେ ସୁରକ୍ଷାବାହିନୀ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଅପରେସନ୍‌ ସମୟରେ ନୂଆ କରି ଗଠନ ହୋଇଥିବା ଆତଙ୍କବାଦୀ ସଙ୍ଗଠନ ‘ତେହେରିକ୍ ଲାବାଇକ୍ ୟା ମୁସଲିମ୍’ର ନିଯୁକ୍ତି ମଡ୍ୟୁଲ୍‌କୁ ସିଆଇକେ ପର୍ଦ୍ଦାଫାଶ କରିଛି। ଏହି ସଙ୍ଗଠନ ନିଷିଦ୍ଦ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାର ଅଂଶ ବୋଲି ଅନୁମାନ କରାଯାଉଛି। ଏହି ଆତଙ୍କୀ ସଙ୍ଗଠନ କୁ ‘ବାବା ହମାସ୍’ ନାମକ ଜଣେ ପାକିସ୍ତାନୀ ଆତଙ୍କବାଦୀ ପରିଚାଳନା କରୁଥିବା ଜଣାପଡିଛି। ଏବେ ବି ସଂପୃକ୍ତ ଅଞ୍ଚଳରେ ଚଢ଼ାଉ ଜାରି ରହିଛି ଏବଂ ଅଧିକ ବିବରଣୀ ପାଇଁ ଅପେକ୍ଷା କରାଯାଇଛି ବୋଲି ଜମ୍ମୁକଶ୍ମୀର ପୋଲିସ କହିଛି।

Breaking News