Report Card Odisha

| Daily Odia News

ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାରା ବିଶ୍ୱରେ ମହାମାରୀ କରୋନାର ଆତଙ୍କ ଖେଳାଇଛି । ଭାରତରେ ମଧ୍ୟ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ନ୍ୟୁଜିଲାଣ୍ଡରେ ଭାରତୀୟଙ୍କ ପ୍ରବେଶ ଉପରେ ରୋକ୍ ଲାଗିଛି । ଏନେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପ୍ରବେଶକୁ ଏପ୍ରିଲ ୨୮ ଯାଏଁ  ସସପେଣ୍ଡ କରିଛନ୍ତି । ଯେତେବେଳେ ଭାରତରେ ଗତ ୨ ଦିନ ହେଲା ପଜିଟିଭ୍ ମାମଲା ୧ ଲକ୍ଷ ଉପରେ ରହିଛି କରିଛନ୍ତି ଏହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶୱ୍ର ୩ ନମ୍ବର ସର୍ବାଧିକ ପ୍ରଭାବିତ ଦେଶ । ବିଶ୍ୱର ସବୁଠାରୁ ଅଧିକ କେସ୍ ଭାରତରେ ହିଁ ଆସୁଛି । ସେହିପରି ଆରୋଗ୍ୟ ଦୃଷ୍ଟିରୁ ମଧ୍ୟ ଭାରତ ଆମେରିକା ପଛରେ ଦ୍ୱିତୀୟରେ ରହିଛି । ମୃତ୍ୟୁସଂଖ୍ୟାରେ ଆମେରିକା, ବ୍ରାଜିଲ ଓ ମେକ୍ସିକୋ ପଛରେ ଭାରତ ରହିଛି ।

Breaking News