ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପିଏଫଆଇର ଲିଙ୍କ୍ରେ ଆଜି କେରଳର ୫୬ଟି ସ୍ଥାନରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ପକ୍ଷରୁ ଚଢ଼ାଉ କରାଯାଇଛି। ଯେଉଁମାନେ ପିଏଫଆଇ ଲିଙ୍କରେ ଅଛନ୍ତି ସେମାନଙ୍କ ଘର ଓ ଅଫିସରେ ଏହି ଚଢ଼ାଉ କରାଯାଇଛି। ସୂଚନା ଅନୁସାୟୀ, ଅନ୍ୟ କୌଣସି ନାମରେ ପିଏଫଆଇକୁ ପୁଣି ଥରେ ସକ୍ରିୟ କରିବାକୁ ଚେଷ୍ଟା କରାଯାଉଥିଲା। ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରତିବନ୍ଧକ ଲଗାଯିବା ପରେ ପିଏଫଆଇ ଅନ୍ୟ ଅନ୍ତ ରାଷ୍ଟ୍ରୀୟ ଆତଙ୍କୀ ସଂଗଠନ ସହ ଯୋଗାଯୋଗରେ ରହିଥିଲା ଆଜି ଚଢ଼ାଉ କରାଯାଇଛି। ସେପ୍ଟେମ୍ବର ମାସଠାରୁ ଆଜି ପର୍ଯ୍ୟନ୍ତ ପିଏଫଆଇର ଲିଙ୍କରେ ଏନଆଇଏ କେରଳରେ ୫ଥର ଚଢ଼ାଉ କରିସାରିଛି। ସୂଚନାଯୋଗ୍ୟ, ୨୦୦୬ ମସିହାରେ କେରଳରେ ପିଏଫଆଇର ଗଠନ ହୋଇଥିଲା। ୨୦୦୯ରେ ଏହା ଏକ ରାଜନୈତିକ ମୋର୍ଚ୍ଚା ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆର ଗଠନ କରିଥିଲା।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..