ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଓଡ଼ିଶା ଶାଖାକୁ ଥାନା ମାନ୍ୟତା ଦିଆଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର ଭିଏସ୍ଏସ୍ ନଗରସ୍ଥିତ ବିଏସ୍ଏନ୍ଏଲ୍ କୋଠାରେ ପୂର୍ବରୁ ବ୍ରାଞ୍ଚ ଅଫିସ କାର୍ଯ୍ୟ କରୁଥିବାବେଳେ ଏହା ଏବେ ଏନଆଇଏ ଥାନା ଭାବେ କାର୍ଯ୍ୟ କରିବ। ଜଣେ ଏସ୍ପି ଏହି ଥାନା ଦାୟିତ୍ୱରେ ରହିବେ। ଏହାର କାର୍ଯ୍ୟ ପରିସର ରାଜ୍ୟବ୍ୟାପୀ ରହିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ, ଏନ୍ଆଇଏ ବିଶେଷକରି ଆତଙ୍କବାଦ କାର୍ଯ୍ୟକଳାପ ଓ ଟେରର ଫଣ୍ଡିଂ ଘଟଣାରେ ତଦନ୍ତ କରିଥାଏ। ତେବେ କିଛିବର୍ଷ ଭିତରେ ଓଡ଼ିଶାରେ ଆତଙ୍କବାଦୀ ଲିଙ୍କ୍ ସାମ୍ନାକୁ ଆସିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯାଇଛି। ଏଥିପାଇଁ ଏନ୍ଆଇଏକୁ ଏକ ଥାନା ମାନ୍ୟତା ଦିଆଯାଇଥିବା କୁହାଯାଉଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..