ରିପୋର୍ଟ କାର୍ଡ / ଭୁବନେଶ୍ଵର
ଗିରଫ ହୋଇଥିବା ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଝାରପଡ଼ା ଜେଲ୍ରେ ଜେରା କରୁଛି ଏନ୍ଆଇଏ ଟିମ୍ |
ମାଓନେତା ଦୁବାସିଙ୍କୁ ଏନ୍ଆଇଏର ୨ ଜଣିଆ ଟିମ୍ ଜେରା କରିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣରେ ବିଏସ୍ଏଫ କମାଣ୍ଡାଣ୍ଟ ଓ ୩ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଦୁବାସିକୁ ଜେରା କରୁଛି ଏନ୍ଆଇଏ ଟିମ୍ । ଦୁବାସିଙ୍କୁ ଜେରା କରିବାକୁ ଅନୁମତି ପ୍ରଦାନ କରିଛନ୍ତି ଏନ୍ଆଇଏ୍ ସ୍ୱତନ୍ତ୍ର କୋର୍ଟ । ଚନାଯୋଗ୍ୟ ଯେ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଏକାଧିକ ହିଂସାକାଣ୍ଡରେ ଦୁବାସିର ସଂପୃକ୍ତି ଥିଲେ । ତାଙ୍କ ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ଶେଷରେ ସେପ୍ଟେମ୍ବର ୯ତାରିଖରେ କୋରାପୁଟ ବୈପାରୀଗୁଡା ପୋଲିସ ହାତରେ ଧରାପଡିଥିଲା ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କର । ତାପର ଠାରୁ ଦୁବାସି ଝାରପଡ଼ା ଜେଲ୍ରେ ରହିଛି । ଆଉ ଏବେ ତାଠାରୁ ୨୦୧୨ ବିସ୍ଫୋରଣ ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଜେରା କରୁଛି ଏନ୍ଆଇଏ ଟିମ୍ ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..