Report Card Odisha

| Daily Odia News

ରାଉରକେଲାରେ NIA ଟିମ୍‌…..

Screenshot

ରିପୋର୍ଟ କାର୍ଡ / ରାଉରକେଲା

ରାଉରକେଲା ପୋଲିସ ଜିଲ୍ଲା କାର୍ଯ୍ୟାଳୟରେ ପୋଲିସ ଡିଜି, ଆଇଜି, ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଏସ୍‌ପି ଏବଂ ପୋଲିସ ଜିଲାର ଅଧିକାରୀମାନଙ୍କୁ ନେଇ ଚାଲିଥିବା ବୈଠକ ଶେଷ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲୁଟ୍‌ ହୋଇଥିବା ମାଓବାଦୀ ବିସ୍ଫୋରକ ଦ୍ରବ୍ୟ ଉଦ୍ଧାର ହୋଇ ପାରି ନ ଥିବା ବେଳେ କେବଳ ବିସ୍ଫୋରକ ନେଇ ଯାଉଥିବା ଭ୍ୟାନ ଉଦ୍ଧାର କରିଛି ପୋଲିସ। ମାଓବାଦୀଙ୍କ କାର୍ଯ୍ୟକଳାପ ପୁନର୍ବାର ଏହି ଅଞ୍ଚଳରେ ବୃଦ୍ଧି ପାଇଥିବା ଯୋଗୁ ମାଓବାଦୀଙ୍କୁ କିଭଳି ଦମନ କରାଯିବ ସେ ସମ୍ପର୍କରେ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା। ଅନ୍ୟପକ୍ଷରେ ଏନଆଇଏର ଡିଆଇଜି, ଏସପି, ଅତିରିକ୍ତ ଏସପି ରାଉରକେଲାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ପୋଲିସ ଥାନା ଅଞ୍ଚଳରୁ ଗତ ମଙ୍ଗଳବାର ଲୁଟ୍‌ ହୋଇଥିଲା ପ୍ରାୟ ୫ ଟନ୍‌ ବିସ୍ପୋରକ ସାମଗ୍ରୀ। ତେବେ ଆଜି ଘଟଣାସ୍ଥଳକୁ ଆସିଛନ୍ତି ଓଡ଼ିଶା ପୋଲିସ ଡିଜି ଓ୍ବା.ବି ଖୁରାନିଆ। ଲୁଟ୍‌ ବିସ୍ଫୋରକ ଠାବ କରିବା ପାଇଁ ଆଜି ପୁଣି ଥରେ ଓଡ଼ିଶା ପୋଲିସ ଏବଂ ଡିଭିଏଫ୍‌ ସିଆରପିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି। ଜୋରଦାର ଭାବରେ ବର୍ତ୍ତମାନ ଚାଲିଛି ଅପରେଶନ। ମଙ୍ଗଳବାର ଏକ ସୁନ୍ଦରଗଡ଼ ଜିଲାର ବାଙ୍କୋ ପଥର ଖଣିକୁ ବିସ୍ପୋରକ ସାମଗ୍ରୀ ପରିବହନ କରୁଥିବା ଏକ ଗାଡ଼ିରୁ ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ୨୫ କେଜି ଓଜନର ୨୦୦ ପ୍ୟାକେଟ୍‌ ବିସ୍ଫୋରକ ନେଇ ଯାଉଥିବା ଭ୍ୟାନ୍‌କୁ ଲୁଟି ନେଇଥିବା ଅଭିଯୋଗ ହୋଇଛି। କେ.ବଲାଙ୍ଗ ପୋଲିସ ସୀମା ଅନ୍ତର୍ଗତ ବାଙ୍କୋ/ଲଙ୍ଗଳକଟା ଅଞ୍ଚଳରେ ଏହି ଘଟଣା ଘଟିଛି। ବିସ୍ଫୋରକ ଲୁଟ୍‌ ଗାଡିର ଡ୍ରାଇଭରକୁ ମାଓବାଦୀ ଛାଡ଼ି ଦେଇଥିବାବେଳେ ତାଙ୍କୁ ପଚରାଉଚରା କରିଛି ପୋଲିସ।

Breaking News