ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପାଇଁ ଆମେରିକା ଯେଉଁ ଅଭିଯାନ ଚଳାଇଥିଲା ତାହାକୁ ‘ଅପରେସନ ଏବ୍ସୋଲ୍ୟୁଟ୍ ରିଜଲ୍ଭ’ ନାମରେ ନାମିତ କରାଯାଇଥିଲା। ଆମେରିକା ସ୍ଥଳସେନାର ଡେଲଟା ଫୋର୍ସରେ ସାମିଲ ଥିବା ଏଲିଟ୍ କମାଣ୍ଡୋଙ୍କ ଉପରେ ଏହି ଦାୟିତ୍ବ ନ୍ୟସ୍ତ କରାଯାଇଥିଲା। ଆମେରିକା କମାଣ୍ଡୋଙ୍କୁ ଦେଖି ମାଦୁରୋ ତାଙ୍କର ସୁରକ୍ଷିତ ବଙ୍କର ପ୍ରକୋଷ୍ଠକୁ ପ୍ରବେଶ ଉଦ୍ୟମ କରିଥିଲେ। ତେବେ କମାଣ୍ଡୋମାନେ ମାଦୁରୋ ଓ ପତ୍ନୀ ସିଲିଆଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଏହି ଅଭିଯାନକୁ ସାକାର କରିବା ପାଇଁ ମାତ୍ର ୩୦ ମିନିଟ ସମୟ ଲାଗିଥିଲା। ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପକ୍ଷରୁ ଗତବର୍ଷ ଅଗଷ୍ଟରୁ ମାଦୁରୋଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା। ସେ କେଉଁଠି ରହୁଛନ୍ତି, କେଉଁଠାକୁ ଯାଉଛନ୍ତି, କ’ଣ ଖାଉଛନ୍ତି, କଣ ପୋଷାକ ପିନ୍ଧୁଛନ୍ତି, ତାଙ୍କର କେଉଁ ପୋଷା ଜୀବଜନ୍ତୁ ଅଛନ୍ତି, ପ୍ରତ୍ୟେକ ପ୍ରସଙ୍ଗ ଉପରେ ଟିକିନିକି ସୂଚନା ହସ୍ତଗତ କରାଯାଉଥିଲା ବୋଲି ଆମେରିକାର ଜଏଣ୍ଟ ଚିଫ୍ ଜେନେରାଲ ଡାନ୍ କେନ୍ କହିଛନ୍ତି। ଏପରିକି ମାଦୁରୋ ବାସ କରୁଥିବା ରାଷ୍ଟ୍ରପତି ଭବନର ଅବିକଳ ନକଲ (ରେପ୍ଲିକା ହାଉସ) ମଧ୍ୟ ଆମେରିକା ନିର୍ମାଣ କରିଥିଲା। ଟ୍ରମ୍ପ ହ୍ବାଇଟ ହାଉସରୁ ଏହି ଅଭିଯାନର ସିଧାସଳଖ ପ୍ରସାରଣ ଦେଖିଥିଲେ। ଟ୍ରମ୍ପ କହିଛନ୍ତି ଯେ ତାଙ୍କୁ ଲାଗୁଥିଲା ଯେପରି ସେ ଏକ ଟିଭି ଶୋ’ ଦେଖୁଛନ୍ତି |






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..