ରିପୋର୍ଟ କାର୍ଡ / ଚଣ୍ଡିଗଡ
ଗୁରୁଦ୍ୱାରାର ହେଲା ରକ୍ତ ରଞ୍ଜିତ । ଶିଖମାନଙ୍କ ପବିତ୍ର ଧାର୍ମ ପୀଠ ଗୁରୁଦ୍ୱାରା ଭିତରେ ପଶି ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ନିହାଙ୍ଗ ଶିଖ୍ । ଚକିତ କଲା ଭଳି ଘଟଣା ପଞ୍ଜାବର ଫଗବାଡ଼ାରେ ଘଟିଛି | ପଞ୍ଜାବର ଗୁରୁଦ୍ୱାରା ଶ୍ରୀ ଚୌରା ଖୁହ ସାହିବ ଭିତରେ ପଶି ଜଣେ ଯୁବକଙ୍କୁ ନିହାଙ୍ଗ ଶିଖମାନେ ହତ୍ୟା କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଯାଇଛି। ଗୁରୁ ଗ୍ରନ୍ଥ ସାହେବଙ୍କୁ ଅପବିତ୍ର କରିବା ସନ୍ଦେହରେ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ଫଗବାଡ଼ା ଏସ୍ପି ଗୁରପ୍ରିତ ସିଂହ କହିଛନ୍ତି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ, ଯୁବକଙ୍କୁ ହତ୍ୟା କରିଥିବା ନିହାଙ୍ଗ ଶିଖ ଜଣକ ରମନଦୀପ ସିଂହ ବୋଲି ଜଣାପଡିଛି। ସେ ନିଜେ ଏକ ଭିଡିଓ ଜାରି କରି ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛନ୍ତି। ଯୁବକଙ୍କୁ ହତ୍ୟା କରିବା ପରେ ରମନଦୀପ ନିଜକୁ ଗୁରୁଦ୍ୱାରା ଭିତରେ ବନ୍ଦ କରି ରଖିଥିଲେ। ପରେ ପୋଲିସ ଏବଂ ବରିଷ୍ଠ ଅଧିକାରୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଅଟକ ରଖାଯାଇଛି। ଯଦି ଜଣେ ବ୍ୟକ୍ତି ଶିଖମାନଙ୍କ ପବିତ୍ର ଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହେବଙ୍କୁ ଦୁର୍ବ୍ୟବହାର, ଅପମାନିତ କିମ୍ବା ଅପବିତ୍ର କରିବାକୁ ଚେଷ୍ଟା କରେ, ତେବେ ଏହା ବଡ଼ ଅପରାଧ ବୋଲି ଧରାଯାଏ। ଏହା ବ୍ୟତୀତ ଗୁରୁଦ୍ୱାରାର ପବିତ୍ର ଭୂମି ଉପରେ କୌଣସି ଭୁଲ୍ କାମ ତଥା ନିଶାଦ୍ରବ୍ୟ ସେବନ କରନ୍ତି ତେବେ ଏହାକୁ ମଧ୍ୟ ଅପବିତ୍ର କରିବା ସହ ସମାନ ବୋଲି ବିଶ୍ୱାସ କରାଯାଏ। ପୂର୍ବରୁ ଅନେକ ଥର ଏଭଳି ଘଟଣା ଘଟିଛି। ନିହାଙ୍ଗ ଶିଖ୍ମାନେ ଗୁରୁଦ୍ୱାରା ଭିତରେ ପଶି ହିଂସା ମଧ୍ୟ ଘଟାଇ ସାରିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..