ରିପୋର୍ଟ କାର୍ଡ / ପୁରୀ
ଆଜି ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେ ଅବସରରେ ଏହି ଦିନ ପାଳନ କରାଯାଏ। ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରି ଶ୍ରୀମନ୍ଦିରକୁ ବିଜେ କରନ୍ତି। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା ନୈବେଦ୍ୟ ଦେଇ ମାନଭଞ୍ଜନ କରିବାର ଏହା ଏକ ଅନନ୍ୟ ପରମ୍ପରା।
ଏହି ଅବସରରେ ସମଗ୍ର ଓଡ଼ିଶାରେ ରସଗୋଲା ଦିବସ ପାଳନ କରାଯାଉଛି, ଯାହା କେବଳ ଏକ ମିଠା ନୁହେଁ, ବରଂ ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ଆବେଗର ପ୍ରତୀକ। ଓଡ଼ିଶାବାସୀଙ୍କ ପାଇଁ ରସଗୋଲା ଏକ ସ୍ୱାଦିଷ୍ଟ ଖାଦ୍ୟରୁ ଅଧିକ; ଏହା ଶତାବ୍ଦୀ ପ୍ରାଚୀନ ଇତିହାସ ଓ ଜାତୀୟ ଗର୍ବର ସାକ୍ଷୀ।
ରସଗୋଲାର ଉତ୍ପତ୍ତି ଓଡ଼ିଶାର ପବିତ୍ର ଶ୍ରୀମନ୍ଦିର ସହିତ ଜଡ଼ିତ। ପ୍ରାୟ ୧୨ଶ ଶତାବ୍ଦୀରୁ ଶ୍ରୀଜଗନ୍ନାଥଙ୍କ ଭୋଗ ଭାବେ ରସଗୋଲା ପରମ୍ପରା ଆରମ୍ଭ ହୋଇଥିଲା। ପୁରୀର ନୀଳାଦ୍ରି ବିଜେ ଓ ରଥଯାତ୍ରା ସମୟରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଏହି ମିଠା ଓଡ଼ିଆଙ୍କ ଆତ୍ମା ସହ ମିଶିଛି। ଓଡ଼ିଶାର ଦାବିକୁ ସମର୍ଥନ କରି ୨୦୧୯ରେ ରସଗୋଲା ପାଇଁ ଜିଆଇ ଟ୍ୟାଗ୍ ମିଳିଥିଲା, ଯାହା ଏହାର ଐତିହାସିକ ମୂଲ୍ୟକୁ ଆହୁରି ସୁଦୃଢ଼ କରିଛି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……