Report Card Odisha

| Daily Odia News

ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ଦ୍ୱାରା ପରିବେଷିତ ନାଟକ ମଣିଷ ଗଛର ଛାଇ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପବିତ୍ର ରଥଯାତ୍ରା ଅବସରରେ ଦୀର୍ଘ ୨୭ ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଦେଇ ଆସୁଥିବା ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ଦ୍ୱାରା ପରିବେଷିତ ପାଣ୍ଡୁଲିପି ନାଟକର ମୁଦ୍ରିତ ସଂସ୍କରଣ ମଣିଷ ଗଛର ଛାଇ ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଓଡିଶୀ ଗବେଷଣା କେନ୍ଦ୍ରର ଉତ୍କଳ ରଂଗମ ପ୍ରେକ୍ଷାଳୟରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ମଞ୍ଜୁଲତା କହଁର, ୱାର୍ଡ ନଂ ୧୪ ଓ ୨୨ ର କର୍ପୋରେଟର ମୋନାଲିସା ସାହୁ ଓ ଅଚ୍ୟୁତାନନ୍ଦ ସ୍ୱାଇଁ, ଓଡିଶୀ ନୃତ୍ୟଗୁରୁ ପ୍ରଜ୍ଞା ପଟ୍ଟନାୟକ, ନାଟକର ନିର୍ଦ୍ଦେଶକ ବୁଲୁ ବିଶ୍ୱାଳ ଓ ଶିକ୍ଷାବିତ୍ ରଞ୍ଜନ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ପୁସ୍ତକଟିକୁ ଲୋକାର୍ପିତ କରିବା ସହ ଏହା ଏକ ସର୍ବଜନାଦୃତ ନାଟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପାରିବାରିକ ଜୀବନରେ ନିତିଦିନ ଘଟୁଥିବା ଘଟଣାବଳୀ, ସଂଘର୍ଷ ତଥା ବଳିଦାନକୁ ନେଇ ସାଧାରଣ କାହାଣୀ ଠାରୁ ଏକ ଭିନ୍ନ ସ୍ୱାଦକୁ ନେଇ ପ୍ରସ୍ତୁତ ଓ ଲକି ପବ୍ଲିକେଶନ୍ସ ଦ୍ୱାରା ପ୍ରକାଶିତ ଏହି ନାଟକଟି ନିମାପଡା ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବରେ ଉଚ୍ଚ ପ୍ରଶଂସିତ ହୋଇ ପୁରସ୍କୃତ ହୋଇଅଛି । ଏହି ନାଟକକୁ ସୁନାମଧନ୍ୟ ନାଟ୍ୟ ଲେଖକ ସ୍ମୃତି ରଞ୍ଜନ ମହାନ୍ତି ରଚନା କରିଥିବା ବେଳେ ମାନସ ବଳଙ୍କ ଉଚ୍ଚକୋଟିର ସଂଗୀତ ନିର୍ଦ୍ଦେଶନା ଏବଂ ମାଷ୍ଟର ଟିକନ୍‌ଙ୍କର ଚିତାକର୍ଷକ ନୃତ୍ୟ ନିର୍ଦ୍ଦେଶନା ସହ ପ୍ରକାଶ, ବଟକୃଷ୍ଣ, ନିରଞ୍ଜନ, ଆଲୋକ, ବିପିନ୍‌, ବୁନା, ଜଗନ୍ନାଥ, କବି, କୈଳାସ, ନାରାୟଣ ପ୍ରତାପ, ବିଭୁତି, ବାଳକୃଷ୍ଣ, ଅର୍ଜୁନ, ମଦନ, ତାପସ, ପ୍ରଦୀପ, ଲୋରୀ, ମିଲି, ଗୁଡି, କୁନି ଓ ପୂଜା ପ୍ରମୁଖଙ୍କ ନିଖୁଣ ଅଭିନୟ ଦର୍ଶକମାନଙ୍କ ପ୍ରସଂଶା ଭାଜନ ହୋଇପାରିଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ), ନାଟକର ସହ ଲେଖକ ତଥା ସଂଘର ସାଂସ୍କୃତିକ ସଂପାଦକ ବଟକୃଷ୍ଣ ପଣ୍ଡା, ସଭ୍ୟ ଗୋବିନ୍ଦ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶ ଥାଉକି. ସଂଘ ୧୯୯୪ ମସିହାରୁ ସାମାଜିକ କାର୍ଯ୍ୟକ୍ରମ ସହ ପ୍ରତ୍ୟେକ ବର୍ଷ ଅ ଳର ଅଧିବାସୀମାନଙ୍କ ମନୋରଞ୍ଜନ ପାଇଁ ୨ଟି ଅହୋରାତ୍ର ନାଟକ ପରିବେଷଣ କ୍ରମରେ ୪୫ ରୁ ଉର୍ଦ୍ଧ୍ୱ ସାମାଜିକ ଓ ପାରିବାରିକ ଘଟଣାବଳୀକୁ ନେଇ ନାଟକ ପରିବେଷଣ କରିଆସୁଛି । ଏହି କ୍ରମରେ ଚିରାଚରିତ ନାଟ୍ୟ ପ୍ରସ୍ତୁତ ପରିବେ ର୍ ପାଣ୍ଡୁଲିପି ନାଟକ ପରିବେଷଣ କରି ଏହାର ମୁଦ୍ରିତ ସଂସ୍କରଣକୁ ବିଭିନ୍ନ ନାଟ୍ୟ ଅନୁଷ୍ଠାନ ପାଇଁ ପ୍ରସ୍ତୁତ କରିବାର ଲକ୍ଷ ନେଇ କରାଯାଇଥିବା ଏହି ନିଆରା ପ୍ରୟାସକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।

Breaking News