ରିପୋର୍ଟ କାର୍ଡ / ବାଲେଶ୍ୱର
ଆଜିଠାରୁ ନୀଳଗିରି ଗୋପୀନାଥପୁର ନିକଟରେ ନବ ନିର୍ମିତ ରେଳ ଷ୍ଟେସନରୁ ବାଲେଶ୍ୱରକୁ ପାସେଞ୍ଜର ଟ୍ରେନ ଗଡ଼ିବ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିବେ। ଟ୍ରେନଟି ପ୍ରତିଦିନ ତିନିଥର ଲେଖାଏଁ ନୀଳଗିରିରୁ ବାଲେଶ୍ୱର ଯିବା ଆସିବା କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ନୀଳଗିରିରୁ ଭୁବନେଶ୍ୱର ଓ କୋଲକାତାକୁ ଟ୍ରେନ ଚଳାଚଳ ଲାଗି ଯୋଜନା ରହିଛି। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ନୀଳଗିରିବାସୀଙ୍କ ସ୍ୱପ୍ନ ଆଜି ସାକାର ହୋଇଛି। ମୁଁ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ଏହି ଟ୍ରେନରେ ସ୍କୁଲ କଲେଜ ପିଲା ବାଲେଶ୍ୱର ପାଠ ପଢ଼ିବାକୁ ଯାଇ ପୁଣି ଘରକୁ ଫେରି ପାରିବେ।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..