Report Card Odisha

| Daily Odia News

ଭବିଷ୍ୟତରେ ଆଉ ନିର୍ବାଚନ ଲଢିବିନି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଭଣ୍ଡାରପୋଖରୀ ବିଧାନସଭା ଆସନରୁ ପରାଜିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି ଯେ ଦୀର୍ଘ ବର୍ଷ ରାଜନୈତିକ ଜୀବନରେ ପ୍ରଥମରୁ ମୁଁ କଂଗ୍ରେସ ଦଳ ସହ ରହିଆସିଛି। କ୍ଷମତା ପାଇଁ କିମ୍ବା ସ୍ୱାର୍ଥ ପାଇଁ କେବେ ଦଳ ପରିବର୍ତ୍ତନ କରିବା କଥା ଚିନ୍ତା କରିନାହିଁ। ଚଳିତ ଥର ଭଣ୍ଡାରିପୋଖରୀ ଆସନରୁ ନିର୍ବାଚନ ଲଢିବାକୁ ଦଳ ମୋତେ ଟିକେଟ ଦେବା ପରେ ପ୍ରତିଦ୍ୱନ୍ଦିତା କଲା ବେଳେ ମୁଁ କହିଥିଲି ଏହା ମୋର ଶେଷ ନିର୍ବାଚନ। ଭଣ୍ଡାରିପୋଖରୀବାସୀ ମୋତେ ବିଜୟ କରିନାହାଁନ୍ତି କିନ୍ତୁ ଯେଉଁ ଭଲ ପାଇବା ସ୍ନେହ ଶ୍ରଦ୍ଧା ଦେଇଛନ୍ତି ସେଥିପାଇଁ ମୁଁ ଋଣୀ। ଭଣ୍ଡାରିପୋଖରୀରେ ଅନେକ କ୍ଷେତ୍ରରେ ବିକାଶ ହୋଇନାହିଁ। ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ବାବୁଙ୍କୁ ଅଭିନନ୍ଦନ ଜଣାଇବା ସହ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ଜନତାଙ୍କ ହିତ ପାଇଁ ଉଦ୍ୟମ କରିବେ ବୋଲି ଆଶା କରୁଥିବା କହିଛନ୍ତି। ନିର୍ବାଚନରେ ଜନତାଙ୍କ ରାୟକୁ ସମ୍ମାନ ଜଣାଉଛି। ଭବିଷ୍ୟତରେ ଆଉ କେବେ ନିର୍ବାଚନ ଲଢିବି ନାହିଁ ବୋଲି ସ୍ଥିର କରିଥିବା ନିରଞ୍ଜନ କହିଛନ୍ତି।

Breaking News