Report Card Odisha

| Daily Odia News

ନିରବ ମୋଦୀଙ୍କ ଡର…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଭାରତକୁ ପ୍ରତ୍ୟର୍ପଣ କରାଗଲେ ତାଙ୍କୁ ହତ୍ୟା କରାଯିବ କିଂବା ଆତ୍ମହତ୍ୟା କରିବେ | କାରାଗାରରେ ତାଙ୍କର ମୃତ୍ୟୁ ହେବ ‌ବୋଲି ସମ୍ପ୍ରତି ଲଣ୍ଡନ୍‌ ଜେଲ୍‌ରେ ଥିବା ପଳାତକ ଭାରତୀୟ ହୀରା ବ୍ୟବସାୟୀ ନିରବ ମୋଦୀ ମାନସିକ ରୋଗ ବିଶେଷଜ୍ଞମାନଙ୍କୁ କହିଛନ୍ତି। ଉଲ୍ଲେଖ ଯୋଗ୍ୟ- ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ରୁ ୧୩,୦୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ୫୧ ବର୍ଷିୟ ନିରବଙ୍କୁ ଭାରତକୁ ଆଣିବା ଲାଗି ସରକାର ଉଦ୍ୟମ କରୁଛନ୍ତି। ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଉ ବୋଲି ନିମ୍ନ ଅଦାଲତ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରି ସମ୍ପ୍ରତି ନିରବ ମୋଦୀ ଲଣ୍ଡନ ହାଇକୋର୍ଟରେ ମୋକଦ୍ଦମା ଲଢୁଛନ୍ତି। ଅଦାଲତ କହିଛନ୍ତି ଯେ, ପ୍ରତ୍ୟର୍ପଣ କଥା ଉଠିଲେ ‌ନିରବ କେବଳ କାଟିବା ଓ ଫାଶୀ ଦେବା କଥା ଚିନ୍ତାକରୁଛନ୍ତି। ତାଙ୍କର ହତାଶାଜନିତ ମାନସିକ ବିକାର ଏତେ ବଢ଼ିଯାଇଛି ଯେ, ତାଙ୍କୁ ଦୁଇଥର ଡାକ୍ତରଖାନାକୁ ସ୍ଥାନାନ୍ତର ଓ ଚାରିଥର ଜେଲ୍‌ର ‘ସୁସାଇଡ୍‌ ୱାଚ୍‌’ରେ ରଖାଗଲାଣି । ନିରବ ମୋଦୀଙ୍କ ଜେଲ୍‌ ରହଣି ବାବଦରେ ଭାରତ ସରକାରଙ୍କ ପ୍ରତିଶ୍ରୁତିକୁ ସମାଲୋଚନା କରି ଫରେଷ୍ଟର୍‌ କହିଛନ୍ତି, ଜେଲ୍‌ରେ ବ୍ୟକ୍ତିଗତ ସୁବିଧା ଯୋଗାଇବାର ବ୍ୟବସ୍ଥା ନାହିଁ। ଏହାଛଡ଼ା, ଭାରତୀୟ ଜେଲ୍‌ଗୁଡ଼ିକରେ ଆତ୍ମଘାତୀ ଉଦ୍ୟମ ରୋକିବାର କୌଣସି ନୀତି ନିୟମ ବି ନାହିଁ। କିନ୍ତୁ, ଭାରତ ତରଫରୁ ନିଯୁକ୍ତ ଓକିଲ ହେଲେନ୍‌ ମାଲ୍‌କମ୍‌ କେ.ସି. ଅଦାଲତଙ୍କୁ କହି‌ଛନ୍ତି ଯେ, ନିରବ ସେଠାରେ ଅବାଧରେ ଘରୋଇ ମାନସିକ ରୋଗ ବିଶେଷଜ୍ଞଙ୍କୁ ଡକାଇ ପାରିବେ। ତାଙ୍କ ପ୍ରକୋଷ୍ଠରେ ଆଉ ଜଣେ କଏଦୀ ବି ରହିବେ। ଓକିଲମାନେ ତାଙ୍କୁ ଦୈନିକ ଭେଟିପାରିବେ। ଜେଲ୍‌ରେ ସପ୍ତାହକୁ ଥରେ ସେ ତାଙ୍କର ପରିବାରବର୍ଗଙ୍କୁ ମଧ୍ୟ ଭେଟିପାରିବେ। କିନ୍ତୁ, ତାଙ୍କର ଉପରୋକ୍ତ ପ୍ରତିଶ୍ରୁତିରେ ନିରବଙ୍କର ମାନସିକ ରୋଗ ବିଶେଷଜ୍ଞମାନେ ସନ୍ତୋଷ ବ୍ୟକ୍ତ କରି ନାହାନ୍ତି। ‘ୱାଣ୍ଡ୍‌ସ୍‌ୱର୍ଥ’ କାରାଗାରରେ ତାଙ୍କର ତତ୍ତ୍ବାବଧାନ କରୁଥିବା ମାନସିକ ରୋକ ବିଶେଷଜ୍ଞ ପ୍ରଫେସର୍‌ ଆଣ୍ଡ୍ରିଉ ଫରେଷ୍ଟର୍‌ ହାଇକୋର୍ଟକୁ କହିଛନ୍ତି ଯେ, ଭାରତରେ ନିରବ ମୋଦୀଙ୍କୁ ଅବସ୍ଥାପନ କରାଯିବାକୁ ଥିବା ମୁମ୍ବାଇର ଅର୍ଥର୍‌ ରୋଡ୍‌ ଜେଲ୍‌ରେ ‌କଏଦୀ କବାଟ ହ୍ୟାଣ୍ଡେଲ୍‌ ଓ ପାଣି ଟ୍ୟାପ୍‌ରେ ଫାଶୀ ଲଗାଇ ମରିଥିବା କଥା ସେ ଜାଣିଛନ୍ତି।

Breaking News