ରିପୋର୍ଟ କାର୍ଡ / ଗଞ୍ଜାମ ( ଭଗବାନ ପାଢ଼ୀ )
ପୁଣି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଜଗମୋହନ ପଞ୍ଚୟତ ଅନ୍ତର୍ଗତ ପୁଉଟୁ ଗ୍ରାମରେ ଘଟିଛି ନିର୍ବାଚନୀ ହିଂସା l ପ୍ରଚାର ସମୟରେ ୫ ନଂ ୱାଡ଼ ର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଜଣେ ଆହତ ହୋଇଛନ୍ତି l ଆହତ ବ୍ୟକ୍ତି ହେଲେ ଦେବରାଜ ମୁନି l

ତାଙ୍କୁ ଚିକିତ୍ସା ନିମନ୍ତେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସୂଚନା ମୁତାବକ ଦେବରାଜ ମୁନି ଚଳିତ ନିର୍ବାଚନ ରେ ୱାର୍ଡ ମେମ୍ବର ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି l ତେଣୁ ସେ ଶୁକ୍ରବାର ଅପରାହ୍ନରେ ୱାର୍ଡ ର ସମସ୍ତ ଘର କୁ ଘର ବୁଲି ପ୍ରଚାର କରୁଥିବା ବେଳେ ଅନ୍ୟଗୋଷ୍ଠୀ ର ପ୍ରାର୍ଥୀ ଜଗନ୍ନାଥ ପରିଡା ତାଙ୍କ ସହିତ ପ୍ରଥମେ ପାଟିତୁଣ୍ଡ କରିଥିଲେ | ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା l ଫଳରେ ଦେବରାଜ ଆହତ ହୋଇଥିଲେ l






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..