ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଲଗାତାର ପଞ୍ଚମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନ ପାଇଛନ୍ତି। ଏହି ରିପୋର୍ଟ ଫୋର୍ବସ୍ ପକ୍ଷରୁ ପ୍ରସ୍ତୁତ କରାଯାଇଛି | ନିର୍ମଳା ସୀତାରମଣ ୩୬ତମ ସ୍ଥାନରେ ରହିଛନ୍ତି। ୨୦୧୯ରେ ସେ ତାଲିକାର ୩୪ତମ, ୨୦୨୦ରେ ୪୧ତମ ଏବଂ ୨୦୨୧ରେ ୩୭ତମ ସ୍ଥାନରେ ଥିଲେ। ନିର୍ମଳାଙ୍କୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅଭିନନ୍ଦନ ଜଣାଇଛନ୍ତି। ଏହି ତାଲିକାରେ ବାୟୋକନ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା କିରଣ ମଜୁମଦାର ସ’ ଏବଂ ନାଏକାର ସିଇଓ ଫାଲ୍ଗୁନି ନାୟାର , ଏଚ୍ସିଏଲ୍ ଟେକ୍ନୋଲୋଜିସ୍ର ଅଧ୍ୟକ୍ଷା ରୋଶ୍ନି ନାଦାର ମଲ୍ହୋତ୍ରା , ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ର ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ସରକାରୀ ଇସ୍ପାତ କଂପାନି ସେଲ୍ର ଅଧ୍ୟକ୍ଷା ସୋମା ମଣ୍ଡଳ ଙ୍କ ନାମ ମଧ୍ୟ ରହିଛି। ବିଶ୍ବର ସବୁଠୁ ପ୍ରଭାବଶାଳୀ ମହିଳାଙ୍କ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି ୟୁରୋପୀୟ ସଂଘର ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେୟେନ୍। ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ କ୍ରିଷ୍ଟିନ ଲାଗାର୍ଡ ଦ୍ବିତୀୟ ଏବଂ ଆମେରିକାର ଉପ ରାଷ୍ଟ୍ରପତି କମଳା ହାରିସ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ବ୍ୟବସାୟ ଜଗତରେ କାର୍ଯ୍ୟ କରୁଥିବା ୩୯ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ , ୧୦ ଦେଶର ମହିଳା ମୁଖ୍ୟ ଓ ୧୧ ବିଲିଓନେୟାର୍ଙ୍କ ନାମ ରହିଛି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..