ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦରେ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି | ଆଜି ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପରେ ଆଲୋଚନା କରୁଥିଲେ ,ଏହି ସମୟରେ ବିରୋଧୀ ସାଂସଦମାନେ କହିଥିଲେ ଯେ ଏହା ଅମୃତ କାଳ ନୁହେଁ ବରଂ ରାହୁ କାଳ । ଏହାର ଦୃଢ ଜବାବ ଦେବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସରେ ଯେ ପର୍ଯ୍ୟନ୍ତ ରାହୁଲ କାଳ ରହିବ ସେ ପର୍ଯ୍ୟନ୍ତ ରାହୁ କାଳ ଶେଷ ହେବ ନାହିଁ । ଏହି ସମୟରେ ଅର୍ଥ ମନ୍ତ୍ରୀ କଂଗ୍ରେସ ଦଳ ତଥା ଏହାର ନୀତି ଉପରେ ମଧ୍ୟ କଡା ଆକ୍ରମଣ କରିଥିଲେ। ଅର୍ଥ ମନ୍ତ୍ରୀଙ୍କ ଆକ୍ରମଣ ପରେ ବିଜେପି ସହ ଜଡିତ ଅନ୍ୟ ଅନେକ ନେତା ମଧ୍ୟ ରାହୁଲ କାଳ ଏବଂ ରାହୁ କାଳ ଉପରେ ବୟାନ ଦେଇଥିଲେ । ବିଜେପି ସାଂସଦ ସୁଶୀଲ ମୋଦୀ କହିଛନ୍ତି ଯେ ଏହା ରାହୁ ସମୟର ଫଳାଫଳ ଯେ କଂଗ୍ରେସର ଅବସ୍ଥା ଏପରି ହୋଇଛି | ଦେଶର ସର୍ବ ପୁରାତନ ତଥା ବଡ ଦଳ ଆଜି ଉତ୍ତରପ୍ରଦେଶରେ ୧୦ଟି ଆସନ ଜିତିବ ନା ନାହିଁ ତାହାକୁ ନେଇ ସନ୍ଦେହ ରହିଛି | ସୁଶୀଲ ମୋଦୀ କହିଛନ୍ତି ଯେ ଯେପର୍ଯ୍ୟନ୍ତ ରାହୁଲଙ୍କ ସମୟ କଂଗ୍ରେସରେ ରହିବ ସେପର୍ଯ୍ୟନ୍ତ କଂଗ୍ରେସର ଅବସ୍ଥା ସୁଧୁରିବ ନାହିଁ |
More Stories
କେନ୍ଦ୍ର ସରକାର ଆଠଟି ବିଲ ଆଗତ କରିବାକୁ ପ୍ରସ୍ତୁତ, ହଟ୍ଟଗୋଳ ଆଶଙ୍କା…..
ଆଧାରକାର୍ଡକୁ ନେଇ ବିରାଟ ପ୍ରଶ୍ନବାଚୀ….
ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର: ବବି,ଡାନି ସୁଲତା ଆହତ…..