ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ସରକାରର ମହାମେଣ୍ଟର ଦୁଇ ବରିଷ୍ଠ ନେତା ନୀତୀଶ କୁମାର ଏବଂ ଲାଲୁ ପ୍ରସାଦ ଯାଦବ ରବିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ରାହୁଲ ଗାନ୍ଧି ଯୋଗ ଦେବା ନେଇ ସୂଚନା ମିଳିଛି। କିନ୍ତୁ ରାହୁଲ ଗାନ୍ଧି ଏବେ କେରଳରେ ଅଛନ୍ତି। ସେ ଏବେ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୁ ଯାତ୍ରା ଅଭିଯାନରେ ବ୍ୟସ୍ତ ଅଛନ୍ତି। ୨୦୧୫ ବିହାର ନିର୍ବାଚନ ବେଳେ ଏକ ଇଫତାର ପାର୍ଟିରେ ନୀତୀଶ ଓ ସୋନିଆଙ୍କ ଭେଟ ହୋଇଥିଲା। କେନ୍ଦ୍ରରୁ ବିଜେପି ଶକ୍ତିକୁ ହାଟାଇବା ପାଇଁ ନୀତିଶ କୁମାର ପୂରା ଦମରେ ଲଗିପଡ଼ିଚନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି ପାଇଁ ପାଗ ଭିଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଗତ ମାସରେ ଦିଲ୍ଲୀ ଗସ୍ତ ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ଯାଦବ, ସିପିଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିଥିଲେ । ନୀତିଶ ଭାରତୀୟ ଜାତୀୟ ଲୋକ ଦଳର ନେତା ଓମ ପ୍ରକାଶ ଚୌତାଲା ଏବଂ ଶରଦ ଯାଦବଙ୍କୁ ମଧ୍ୟ ଭେଟିଥିଲେ ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..