ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୁନ୍ ୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଏନଡିଏ ୨୯୨ ଟି ସିଟ୍ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି, ତା’ପରେ ୨୩୪ରେ ବିରୋଧୀଦଳର ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍ ରହିଛି। ମୋଦୀ ଏଥର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବୁଧବାର ରାଜଧାନୀ ଦିଲ୍ଲୀରେ ଏନଡିଏର ସହଯୋଗୀ ଦଳର ଶୀର୍ଷ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏକୁ ପୂର୍ଣ୍ଣ ସମର୍ଥନ ଦେଇ କହିଛନ୍ତି ଯେ ବିଳମ୍ବ ନକରି କେନ୍ଦ୍ରରେ ସରକାର ଗଠନ ହେବା ଉଚିତ। ନୀତୀଶ କୁମାରଙ୍କ ଏହି ଘୋଷଣା ପରେ ସମସ୍ତ ରାଜନୈତିକ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କାରଣ ନୀତୀଶଙ୍କ ମତିଗତି ସବୁବେଳେ ଅସ୍ଥିର ରହୁଥିବାରୁ ସରକାରଙ୍କ ସ୍ଥିରତା ନେଇ ପ୍ରଶ୍ନ ଉଠୁଥିଲା ।






More Stories
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..