Report Card Odisha

| Daily Odia News

ଏମ୍‌ଡିଏଚ୍‌-ଏଭେରେଷ୍ଟ ମସଲାକୁ ମିଳିଲା କ୍ଲିନ୍‌ଚିଟ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ମସଲା ଏମ୍‌ଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା କ୍ଲିନ୍‌ଚିଟ୍‌। ଭାରତୀୟ ବଜାରରେ ଉପଲବ୍ଧ ମସଲାଗୁଡିକରୁ ନିଆଯାଇଥିବା ନମୂନାରେ କୌଣସି ETO ତଥା ଇଥିଲିନ୍‌ ଅକ୍ସାଇଡ୍‌ ନଥିବା ସ୍ପଷ୍ଟ କଲା ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ତଥା FSSAI। ଏମ୍‌ଡିଏଚ୍‌ ଓ ଏଭରେଷ୍ଟର କିଛି ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କାରକ ତଥା କାର୍‌କିନୋଜେନ୍ସ ଓ ଇଟିଓ ଥିବା ଦାବି କରାଯାଇଥିଲା। ଏହାପରେ ଏହି ଭାରତୀୟ ମସଲାକୁ ସେଠାରେ ବ୍ୟାନ୍‌ କରାଯାଇଥିଲା। ଏମ୍‌ଡିଏଚ୍‌ ଓ ଏଭେରେଷ୍ଟ ମସଲାରେ କାର୍‌କିନୋଜେନ୍ସ ଓ ଇଥିଲିନ୍‌ ଅକ୍ସାଇଡ୍‌ ଥିବା ଖବର ସାମ୍ନାକୁ ଆସିବା ପରେ ଅନ୍ୟ ସମସ୍ତ ମସଲା ଉପରେ ପ୍ରଶ୍ନ ଉଠିଥିଲା। ଏପ୍ରିଲ୍ ୨୨ରେ ଦେଶର ସମସ୍ତ ପୁଡ୍‌ କମିଶନରଙ୍କୁ ମସଲାର ନମୂନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। FSSAI ଭାରତୀୟ ମସଲାର ନମୂନା ପରୀକ୍ଷା ପାଇଁ ନେଇଥିଲା । ଏଭରେଷ୍ଟ ମସଲାର ଦୁଇଟି ଉତ୍ପାଦନ ୟୁନିଟ୍‌ରୁ ୯ଟି ନମୂନା ନିଆଯାଇଥିଲା। ସେହିପରି MDH ର ୧୧ଟି ଉତ୍ପାଦନ ୟୁନିଟ୍‌ରୁ ୨୫ଟି ନମୂନା ସଂଗ୍ରହ କରାଯାଇଥିଲା। ସଂଗ୍ରହ କରାଯାଇଥିବା ମୋଟ ୩୪ଟି ନମୂନା ଭିତରୁ ୨୮ଟିର ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଇଥିଲିନ୍ ଅକ୍ସାଇଡ୍‌ର କୌଣସି ଉପସ୍ଥିତି ନଥିବା FSSAI ସ୍ପଷ୍ଟ କରିଛି।

Breaking News