Report Card Odisha

| Daily Odia News

୨୦୨୪ରେ ବି ବିଜେପି ସରକାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୪ରେ ବି ଆସିବ ବିଜେପି ସରକାର। ବିଜେପିର କାହା ସହ ପ୍ରତିଯୋଗୀତା ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ଭଲ ପ୍ରଦର୍ଶନ କରିବ। ଏକତରଫା ଭାବେ ସଂଖ୍ୟା ଗରିଷ୍ଠତା ହାସଲ କରି ଗଠନ କରିବ ସରକାର। ଆଜି ଏଭଳି କିଛି ଦୃଢ଼ୋକ୍ତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦେଶର ସାଧାରଣ ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଗକୁ ବଢୁଛନ୍ତି। କେନ୍ଦ୍ର ସରକାରଙ୍କ ଉଦ୍ୟମ ବଳରେ ତୃଣମୂଳସ୍ତରରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱ ଦେଉଛନ୍ତି। ଗତ ୮ ବର୍ଷ ଭିତରେ ମୋଦି ୫୧ ଥର ଉତ୍ତରପୂର୍ବାଞ୍ଚଳ ଗସ୍ତ କରିଛନ୍ତି। ମୋଦି କ୍ଷମତାକୁ ଆସିବା ପରେ ଉତ୍ତରପୂର୍ବାଞ୍ଚଳକୁ ଶାନ୍ତି ଫେରିଛି ବୋଲି କହିଛନ୍ତି ଅମିତ ଶାହ।

Breaking News